ରାଉରକେଲା : ତ୍ରିଶକ୍ତି ଧାମ ମନ୍ଦିର କଡ଼ରେ ହେଉଛି ହନୁମାନ ବାଟିକା ପାର୍କିଂ ସ୍ଥଳ।। ୨୭ ତାରିଖରୁ କାର୍ଯ୍ୟକାରୀ ହେବ ନୂତନ ପାର୍କିଙ୍ଗ ସ୍ଥଳ।
ରାଉରକେଲା:୨୫/୩(ସତ୍ୟାନ୍ୟୁଜ)
ଦୂର ହେବ ହନୁମାନ ବାଟିକା ରାସ୍ତା କଡ ଟ୍ରାଫିକ ସମସ୍ୟା। ଏବେ ଶ୍ରଦ୍ଧାଳୁ ମାନଙ୍କ ସୁବିଧା ଜନକ ଏବଂ ସୁରକ୍ଷିତ ଦର୍ଶନ ପାଇଁ ହନୁମାନ ବାଟିକା ଟ୍ରଷ୍ଟ ପକ୍ଷରୁ ଦୁଇ ଏକର ଜାଗାରେ କରା ଯାଉଛି ପାର୍କିଂ ସ୍ଥଳ। ଏଥିପାଇଁ ତ୍ରିଶକ୍ତି ଧାମ ମନ୍ଦିର କଡ଼ରେ ଥିବା ଖାଲି ସ୍ଥାନରେ ଚାଲିଛି କାମ। ଆସନ୍ତା ୨୭ ତାରିଖ ରାମ ନବମୀ ରୁ ଏଠାରେ ଗାଡ଼ି ପାର୍କିଂ କରାଯିବ। ରାଉରକେଲାର ହନୁମାନ ବାଟିକା ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇ ଥିବାରୁ ଏଠାରେ ସବୁଦିନ ଭିଡ ଲାଗି ରହି ଥାଏ। ପର୍ବ ପର୍ବାଣୀ ରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦୁଇ ଗୁଣ ବୃଦ୍ଧି ପାଇଥାଏ। ବାଟିକା ବୁଲିବାକୁ ଆସୁଥିବା ଲୋକ ମାନେ ଗାଡ଼ି ପାର୍କିଂ ରାସ୍ତା କଡ଼ରେ କରୁଥିବାରୁ ପ୍ରାୟ ଟ୍ରାଫିକ ଜାମ୍ ସ୍ଥିତି ଉପୁଜି ଥାଏ। ଏହାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ପକ୍ଷରୁ ଏକ ପାର୍କିଂ ସ୍ଥଳ କରା ଯାଉଛି। ଦୁଇ ଚକିଆ ଗାଡ଼ି ୬ ଘଣ୍ଟାକୁ ୫ ଟଙ୍କା , ତିନି ଚକିଆ ଗାଡ଼ି ୧୦ ଟଙ୍କା ଏବଂ ଚାରି ଚକିଆ ଯାନ ୬ ଘଣ୍ଟାକୁ ୨୦ ଟଙ୍କା ରଖା ଯାଇଛି। ଏହି ସୂଚନା ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ର ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ଦେଇଛନ୍ତି।