ସୁନ୍ଦରଗଡ଼ : ବିଦ୍ୟୁତ ଆଘାତ ରେ ସ୍ବାମୀ ସ୍ତ୍ରୀ ମୃତ ।। ଜଣେ ଗୁରୁତର।। ହସ୍ପିଟାଲ୍ ରେ ଭର୍ତ୍ତି।

0 86

Slug – ବିଦ୍ୟୁତ୍ ସଂସ୍ପର୍ଶ ରେ ସ୍ବାମୀ ସ୍ତ୍ରୀ ମୃତ, ଜଣେ ଗୁରୁତର

ସୁନ୍ଦରଗଡ:୨୩/୩(ସତ୍ୟାନ୍ୟୁଜ)
ସିଢି ରେ ଗ୍ରିଲ ଲଗାଉଥିବା ବେଳେ ଛାତ ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସ୍ବାମୀ ସ୍ତ୍ରୀ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଦର ଥାନା ଭେଡ଼ାବାହାଲ ଗାଁ ର ଯୋଗେନ୍ଦ୍ର ପଟେଲଙ୍କ ଘରେ ଲେଫ୍ରିପଡ଼ା ଥାନା ଛୋଟବଙ୍ଗା ଅଞ୍ଚଳର ସ୍ବାମୀ ଅନନ୍ତ କାଇଁସରିଆ(୬୦) ଏବଂ ସ୍ତ୍ରୀ ସୁମିତ୍ରା କାଇଁସରିଆ (୫୮) ଅଭୟ ମିସ୍ତ୍ରୀ ଏବଂ ଶ୍ରମିକ ଭାବେ କାମ କରୁଥିଲେ । ସିଢି ରେ ଗ୍ରିଲ୍ ଲଗାଇଲା ବେଳେ ଛାତ ଉପରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ବିଦ୍ୟୁତ୍ ସଂସ୍ପର୍ଶ ରେ ଦୁଇ ଜଣ ଯାକ ଛଟପଟ ହେଉଥିବା ଦେଖି ଭେଡ଼ାବାହାଲ ଗ୍ରାମର ବାସ କମାର (୫୦) ସେମାନଙ୍କୁ ଛଡ଼ାଇବାକୁ ଯାଇ ଗୁରୁତର ଆହତ ହୋଇଥିଲେ । ତିନି ଜଣଙ୍କୁ ତୁରନ୍ତ ଉଦ୍ଧାର କରି ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ କୁ ଅଣା ଯାଇଥିଲା ।ସେଠାରେ ସ୍ବାମୀ ସ୍ତ୍ରୀ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ବାସ କମାର ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.