ରାଉରକେଲା : ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ଲାଗି ପୋଲିସ୍ ର ବିଭିନ୍ନ ପଦକ୍ଷେପ।। ୫୬୨ ଜଣଙ୍କୁ ଦିଆଗଲା ଜ୍ୟେଷ୍ଠ ନାଗରିକ ପରିଚୟ ପତ୍ର।

0 126

ରାଉରକେଲା:୨୪/୩(ସତ୍ୟାନ୍ୟୁଜ) ବରିଷ୍ଠ ନାଗରିକଙ୍କ ସୁରକ୍ଷା , ସମ୍ମାନ , କଲ୍ୟାଣ କୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଉରକେଲା ପୋଲିସ ପକ୍ଷରୁ ଆଜି ଜ୍ୟେଷ୍ଠ ନାଗରିକ ପ୍ରମାଣପତ୍ର ବଣ୍ଟନ କରା ଯାଇଛି। ରାଉରକେଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏସପି ନିତେ
ୱାଧୱାନି ବରିଷ୍ଠ ନାଗରିକ ମାନଙ୍କୁ ଜ୍ୟେଷ୍ଠ ନାଗରିକ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ପରୀପ୍ରେକ୍ଷୀରେ ଅତିରିକ୍ତ ଏସପି ରାଜ କିଶୋର ମିଶ୍ର ଙ୍କ ସମେତ ଜ୍ୟେଷ୍ଠ ନାଗରିକ ସେଲ୍ ର ଅଧିକାରୀ ଏବଂ ବରିଷ୍ଠ ପୋଲିସ୍ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ସହରର ବିଭିନ୍ନ ଅଞ୍ଚଳରୁ ଆସିଥିବା ୫୬୨ ଜଣ ବରିଷ୍ଠ ନାଗରିକଙ୍କୁ ପ୍ରମାଣପତ୍ର ବଣ୍ଟନ କରା ଯାଇଥିଲା। ଜ୍ୟେଷ୍ଠ ନାଗରିକ ଙ୍କ ସହାୟତା ଲାଗି ବିଭିନ୍ନ ଥାନା ଅଞ୍ଚଳରେ ୮୬ ଜଣ ବିଟ୍ ଅଫିସର୍ ଙ୍କୁ ନିଯୁକ୍ତ କରା ଯାଇଛି। ଏହି ଅଧିକାରୀ ମାନଙ୍କୁ ଜ୍ୟେଷ୍ଠ ନାଗରିକ ମାନଙ୍କ ସହ ସମୟ ସମୟେ ସମ୍ପର୍କ ରଖିବା , ସେମାନଙ୍କ ସମସ୍ୟା ଶୁଣିବା , ସୁରକ୍ଷା ପ୍ରଦାନ କରିବା ଦାୟିତ୍ୱ ଦିଆ ଯାଇଛି। ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ପ୍ରଦାନ ପାଇଁ ପୋଲିସ୍ ବଦ୍ଧପରିକର ବୋଲି ରାଉରକେଲା ଏସପି କହିଛନ୍ତି।

Leave A Reply

Your email address will not be published.