ବଣାଇ : ବରସୁଆଁ ଟିପ୍ସର ମାଲିକ ସଂଘର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।।ଆନ୍ଦୋଳନରେ ସାମିଲ ହେଲେ ବଣାଇ ବିଧାୟକ।
ବଣାଇ:୨୩/୩(ସତ୍ୟାନ୍ୟୁଜ) ଆଜି ଠାରୁ ଆରମ୍ଭ ହୋଇଛି ଟ୍ରକ୍ ଏବଂ ଟିପ୍ପର ମାଲିକ ସଂଘ ର ଆନ୍ଦୋଳନ। ବିଭିନ୍ନ ଦାବି ନେଇ ବରସୁଆଁ ଟିପ୍ପର ମାଲିକ ସଙ୍ଘ ଏବଂ ବଣାଇ ଟ୍ରକ୍ ମାଲିକ ସଂଘ ପକ୍ଷରୁ ବଣାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଛି। ମୁଖ୍ୟତଃ ଓଏମସି ପରିଚାଳିତ କୁରୁମିତର୍ ଲୁହା ଖଣିରେ ବାହାର ପରିବହନ ସଂସ୍ଥା କୁ ଅହେତୁକ ଅନୁକମ୍ପା ଦିଆ ଯାଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଟିପ୍ପର ଆସୋସିଏସନ୍ କୁ ଅଣଦେଖା କରି ବାହାର ପରିବହନ ସଂସ୍ଥାକୁ ଲୋଡ଼ିଂ ଦିଆ ଯାଉଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ। ପ୍ରତିବାଦରେ ସୋମବାର ଠାରୁ ବରସୁଆଁ ଟିପ୍ପର ଆସୋସିଏସନ୍ ପକ୍ଷରୁ ବଣାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଆନ୍ଦୋଳନକାରୀ ଙ୍କ ସହ ଧାରଣାରେ ବସିଛନ୍ତି। ସ୍ଥାନୀୟ
ଟିପ୍ସର ମାଲିକ ମାନଙ୍କୁ ସୁବିଧା ଦେବା ଲାଗି ଦାବି ହୋଇଛି।
ଯେ ପର୍ଯ୍ୟନ୍ତ ଦାବି ପୂରଣ ନହେବ ଧାରଣା ଜାରି ରହିବ ବୋଲି ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଛନ୍ତି