ବିରମିତ୍ରପୁର: ଗୁପ୍ତେଶ୍ୱର ମେଳାରେ ଖାଦ୍ୟ ସୁରକ୍ଷା ବିଭାଗ ର ଚଢ଼ାଉ।। ଖାଦ୍ୟ ନମୁନା ସଂଗ୍ରହ ସହ ବାସି ଖାଦ୍ୟ ନଷ୍ଟ କରା ଗଲା
ରାଉରକେଲା:୨୪/୩(ସତ୍ୟାନ୍ୟୁଜ) ବିରମିତ୍ରପୁର ରେ ଚାଲିଥିବା ଗୁପ୍ତେଶ୍ୱର ମେଳାରେ ଶ୍ରଦ୍ଧାଳୁ।ମାନଙ୍କ ସମାଗମ ବଢ଼ି ବଢ଼ି ଚାଲିଛି। ମେଳାକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ମିଳିବା କୁ ନିଶ୍ଚିତ କରିବା ଲାଗି ଆଜି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ମେଳାରେ ବସିଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍ ରେ ଯାଞ୍ଚ କରାଯାଇଥିଲା। ସୁନ୍ଦରଗଡ଼ ରୁ ଆସିଥିବା ୪ ଜଣିଆ ଖାଦ୍ୟ ସୁରକ୍ଷା ଟିମ୍ ମେଳାରେ ୫୦ ରୁ ଉର୍ଦ୍ଧ୍ବ ଦୋକାନ ର ଖାଦ୍ୟ ନମୁନା ସଂଗ୍ରହ କରିବା ସହ କେତେକ ଦୋକାନ ରେ ଥିବା ବାସି ଖାଦ୍ୟ ନଷ୍ଟ କରି ଦେଇଥିଲେ। କେତେକ ଖାଦ୍ୟ ବିକ୍ରେତାଙ୍କ ଜରିମାନା ମଧ୍ୟ କରା ଯାଇଥିଲା।