ବିରମିତ୍ରପୁର: ଜାତୀୟ ରାଜପଥ ଅବରୋଧ କଲେ ପୌରପାଳିକା ସଫେଇ କର୍ମଚାରୀ।। ରାସ୍ତା ଦୁରବସ୍ଥା ମରାମତି ଦାବିରେ ରାଜପଥ ଅବରୋଧ।
ବିରମିତ୍ରପୁର:୨/୯
(ସତ୍ୟାନ୍ୟୁଜ) ବିରମିତ୍ରପୁର ଦେଇ ଯାଇଥିବା ୧୪୩ ନମ୍ୱର୍ ଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଅବରୋଧ କରା ଯାଇଛି। ବିରମିତ୍ରପୁର ପୌର କର୍ମଚାରୀ ମନେସେହି ରାସ୍ତା ଅବରୋଧ କରିଛନ୍ତି। ଗତକାଲି ପୌରପାଳିକା ର ଏକ ବର୍ଜ୍ୟ ସାମଗ୍ରୀ ନେଇ ଯାଉଥିବା ଏକ ଅଟୋ ଓଲଟି ପଡ଼ିବାରୁ ୨ ଜଣ ସଫେଇ କର୍ମଚାରୀ ଆହତ ହୋଇ ଥିଲେ। ଖରାପ ରାସ୍ତା ଯୋଗୁଁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହେଉଛି ।
ଏହି ରାସ୍ତାରେ ଏବେ ବଡ଼ ବଡ଼ ଖାଲ। ଏହା ଯାତ୍ରୀ ଓ ଗାଡ଼ି ଚାଳକଙ୍କ ପାଇଁ ବଡ଼ ବିପଦର କାରଣ ପାଲଟିଛି। ଦିନକୁ ଦିନ ଖାଲଗୁଡ଼ିକ ବଡ଼ ହେଉଥିବାରୁ ଯାତାୟାତ ସମୟରେ ଦୁର୍ଘଟଣାର ଆଶଙ୍କା ବଢ଼ିଛି।
ବିଶେଷକରି ଦୁଇଚକିଆ ଯାନ ଚାଳକମାନେ ଏହି ଖାଲ ଯୋଗୁଁ ଅଧିକ ବିପଦରେ ପଡ଼ୁଛନ୍ତି। ରାତି ସମୟରେ ଖାଲଗୁଡ଼ିକ ଠିକ୍ ଭାବେ ଦେଖା ନଯିବାରୁ ସ୍ଥିତି ଆହୁରି ଭୟଙ୍କର ହେଉଛି।
କୌଣସି ବଡ଼ ଦୁର୍ଘଟଣା କିମ୍ବା ଜୀବନହାନି ଘଟିବା ପୂର୍ବରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ଏହି ରାସ୍ତାର ମରାମତି କରିବାକୁ ଦାବି ହେଉଛି। ଏହା ଛଡା ଖରାପ ରାସ୍ତା ଯୋଗୁଁ ପ୍ରତିଦିନ ଟ୍ରାଫିକ ଜାମ୍ ସ୍ଥିତି ଉପୁଜି ଯାତାୟାତ ରେ ବାଧା ସୃଷ୍ଟି ହେଉଛି।
ବିରମିତ୍ରପୁର ରାସ୍ତା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଏବଂ ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସଫେଇ କର୍ମଚାରୀ ଙ୍କ ସହ ଲୋକେ ଦାବି କରିଛନ୍ତି।