ରାଉରକେଲା: ସିନେମା ପ୍ରମୋଶନ ପାଇଁ ରାଉରକେଲା ରେ ପହଞ୍ଚିଲେ ହିରୋ , ହିରୋଇନ୍ ଏବଂ ପ୍ରୋଯୋଜିକା।। ହରର ଫିଲ୍ମ “ଦହନ” ରେ ପ୍ରମୋଶନ।

0 123

ରାଉରକେଲା: ୨/୯
(ସତ୍ୟାନ୍ୟୁଜ) ନୂତନ ଓଡ଼ିଆ ଚଳଚ୍ଚିତ୍ର “ଦହନ” ସେପ୍ଟେମ୍ବର ୧୧ ତାରିଖରେ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ନୂଆ ଓଡ଼ିଆ ସିନେମାର ର
ପ୍ରମୋଶନ ପାଇଁ ଏହାର ପ୍ରଡକ୍ସନ ଟିମ୍ ସହ କଳାକାର ମାନେ ରାଉରକେଲା ରେ ଆସି ପହଞ୍ଚିଛନ୍ତି।
ବୁଧବାର ଦିନ ରାଉରକେଲା ମୁନିସିପାଲ କଲେଜ , ରିମ୍ସ ଏବଂ ପ୍ଲୁଟୋନ୍ ମଲ୍ ରେ ଏହି ଫିଲ୍ମ ର ପ୍ରମୋଶନ କରା ଯାଇଥିଲା। ଅମିୟ ପଟ୍ଟନାୟକ ପ୍ରଡକ୍ସନ ର ଏହି ସିନେମା ର ନିର୍ଦ୍ଦେଶନା ଦେଇଛନ୍ତି “ପ୍ରତୀକ୍ଷା” ଫିଲ୍ମ ଫେମ୍ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ। ପ୍ରୋଜୋଜିକା ଅଛନ୍ତି ବର୍ଷା ପଟ୍ଟନାୟକ। ସିନେମାର କଳାକାର , ପ୍ରଯୋଜିକା ଆଜି କଲେଜ ରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଗହଣରେ ସିନେମାର ପ୍ରମୋଶନ କରିଥିଲେ। ଏହା ଏକ ହରର ଫିଲ୍ମ ହୋଇ ଥିବାରୁ ସିନେମାର ସଫଳତା ଉପରେ ପ୍ରଯୋଜିକା ଏବଂ କଳାକାର ଆଶା ରଖିଛନ୍ତି।

Leave A Reply

Your email address will not be published.