ରାଉରକେଲା: ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ।। ପତାକା ଉତ୍ତୋଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ।

0 49

ରାଉରକେଲା: ୩୧/୮
(ସତ୍ୟାନ୍ୟୁଜ)
ରାଉରକେଲା ମହାନଗର ନିଗମ ତରଫରୁ ସ୍ଵାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆରଏମସି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା।

ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ସ୍ଥାନୀୟ ମଧୁସୂଦନ ମାର୍ଗ ଠାରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ସମବେତ କର୍ମଚାରୀ ଓ ଅଧିକାରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ।

ସ୍ଵାୟତ୍ତ ଶାସନ ଦିବସକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମାନ୍ୟବର ବିଧାୟକ ରାଉରକେଲା ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏକ ସୁସ୍ଥ ଓ ସ୍ଵଚ୍ଛ ରାଉରକେଲା ଗଠନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏଥିରେ ମହାନଗର ନିଗମର କର୍ମଚାରୀମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପୂର୍ବକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।

ଏହି ଅବସରରେ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହର ସିଧାପ୍ରସାରଣ କରାଯାଇଥିଲା। ସ୍ଵାୟତ୍ତ ଶାସନ ଦିବସ ଅବ୍ୟବହିତ ପୂର୍ବରୁ ରାଉରକେଲା ମହାନଗର ନିଗମ ତରଫରୁ ବିବିଧ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ମହାନଗର ନିଗମର କର୍ମଚାରୀ ମାନଙ୍କ ମଧ୍ୟରେ କ୍ରିକେଟ, ଫୁଟବଲ୍, ଚେସ୍, ଲୁଡୁ, କବାଡ଼ି, ରଙ୍ଗୋଲି, ଗୁପଚୁପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ  ପୁରସ୍କୃତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମ ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକ, ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ତରୁଣ କାନ୍ତ, ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ମଲ୍ଲିକ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟକଙ୍କ ସହ ଆରଏମସିର ଅଧିକାରୀ ଓ କର୍ମଚାରୀଙ୍କ ସହ ସ୍ଵଚ୍ଛସାଥୀ, ସ୍ଵଚ୍ଛ ସୁପରଭାଇଜର, ସଫେଇ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.