ରାଉରକେଲା: ପୁଣି ରିମାଣ୍ଡ ରେ ଆସିଲେ ସର୍କିଟ ହାଉସ୍ କାଣ୍ଡ ର ଦୁଇ ଅଭିଯୁକ୍ତ।। ଜନ ନାୟକ ଏବଂ ଅମିତ୍ ନାୟକଙ୍କୁ ପୋଲିସ ର ପୁଣି ଜେରା।
ରାଉରକେଲା : ୩୧/୮
(ସତ୍ୟାନ୍ୟୁଜ) ରାଉରକେଲା ସର୍କିଟ ହାଉସ୍ ରୁ ବନ୍ଧୁକ , ଗୁଳି ଜବତ ଘଟଣାରେ ଗିରଫ ହୋଇ ଜେଲ୍ ରେ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ପଚରା ଉଚୁରା କରିବା ପାଇଁ ପୁଣି ରିମାଣ୍ଡ ରେ ଆଣିଛି। ଏହି ଦୁଇ ଜଣ ହେଲେ ଜନ ନାୟକ ଏବଂ ଅମିତ୍ ନାୟକ। ତିନି ଦିନ ପୂର୍ବରୁ ପୋଲିସ୍ ଏହି ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡ ରେ ଆଣି ପଚରା ଉଚୁରା କରିଥିଲା। ପ୍ରକାଶ ପାସୱାନ ଙ୍କୁ ରିମାଣ୍ଡ ରେ ଆଣି ଅଧିକ ଜେରା କରିବା ପରେ ପୁଣି ଅମିତ୍ ଏବଂ ଜନ ନାୟକ ଙ୍କୁ ରିମାଣ୍ଡ ରେ ଆଣିଛି ପୋଲିସ୍।
ଅନ୍ୟପକ୍ଷରେ ପ୍ରକାଶ ପାଶୱାନଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ପୁଣି ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଦୁଇ ଦିନ ଧରି ପୋଲିସ ପ୍ରକାଶଙ୍କୁ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିଥିବା ସୂଚନା ମିଳିଛି।