ରାଉରକେଲା : ଜେଲ୍ ରୋଡ ଗୋପବନ୍ଧୁ ଭେଣ୍ଡିଂ ଜୋନ୍ ଏବେ ନିଶଖୋରଙ୍କ ଆଡ୍ଡା ସ୍ଥଳୀ।। ସନ୍ଧ୍ୟାରେ ଏଠାରେ ମୁକ୍ତାକାଶବାର୍।

0 116

ରାଉରକେଲା:୧୫/୩(ସତ୍ୟାନ୍ୟୁଜ) ରାଉରକେଲା ଜେଲ୍ ରୋଡ ରେ ଥିବା ଗୋପବନ୍ଧୁ ଭେଣ୍ଡିଁ ଜୋନ୍ ଏବେ ସାଜିଛି ଅସାମାଜିକ ତତ୍ତ୍ୱ ଙ୍କ ଆଡ୍ଡା। ବିଶେଷ କରି ନିଶା ଖୋର୍ ମାନଙ୍କ ଆଡ୍ଡା ସ୍ଥଳରେ ପରିଣତ ହୋଇ ଯାଇଛି ଏହି ବ୍ୟବସାୟୀକ ଭେଣ୍ଡିଂ ଜୋନ୍। ଏହି ମାର୍କେଟ ରେ ନିଶାଖୋର ମାନେ ବିଦେଶୀ ମଦ ଠାରୁ ଆରମ୍ଭ କରି ଗଞ୍ଜେଇ , ଡ୍ରଗ୍ସ ଆଦି ସେବନ କରିବା ଦ୍ୱାରା ସାଧାରଣ ଲୋକ ମାନେ ସେଠାକୁ ଯିବାକୁ ନାପସନ୍ଦ କରୁଛନ୍ତି। ବିଶେଷ କରି ପଥଭ୍ରଷ୍ଟ ଯୁବକ ତଥା କେତେକ ଛାତ୍ର ଏହି ସ୍ଥାନକୁ ଆସି ନିଶା ସେବନ କରୁଛନ୍ତି। କେବଳ ରାତି ଅନ୍ଧାର ନୁହେଁ , ଦିନ ରେ ମଧ୍ୟ ନିଶାଖୋର ଙ୍କ ଆଡ୍ଡା ଏଠାରେ ଜମୁଛି। ଡ୍ରଗ୍ସ ବେପାରୀ ମାନେ ଯୁବ ବର୍ଗ ଙ୍କୁ ଟାର୍ଗେଟ କରି ଏଠାରେ ନିଶାଦ୍ରବ୍ୟ ବିକ୍ରି କରୁଛନ୍ତି। ଥାନାରେ ଅଭିଯୋଗ କଲା ପରେ ମଧ୍ୟ ଏହା ବନ୍ଦ ହେଉ ନଥିବା ସ୍ଥାନୀୟ ବେପାରୀ ଅଭିଯୋଗ କରିଛନ୍ତି। ପୋଲିସ୍ ଏବାବଦରେ ଉଚିତ୍ ପଦକ୍ଷେପ ନେଇ ନିଶାଖୋର ଙ୍କୁ ସାବାଡ଼ କରିବାକୁ ସ୍ଥାନୀୟ ବେପାରୀ ଦାବି କରିଛନ୍ତି

Leave A Reply

Your email address will not be published.