ବିରମିତ୍ରପୁର: ତିନି ବର୍ଷ ଶିଶୁ ଉପରେ ମାଡ଼ିଗଲା ଡମ୍ପର।। ହସ୍ପିଟାଲ୍ ନେବା ବେଳେ ଶିଶୁ ର ମୃତ୍ୟୁ।। ଉତ୍ତେଜନା।। ଡମ୍ପର ଜବତ୍।

0 148

ବିରମିତ୍ରପୁର:୧୫/୩(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅନ୍ତର୍ଗତ ତଲସରା ନିକଟରେ ଏକ ଦୁଃଖଦ ଘଟଣାରେ ଜଣେ ୩ ବର୍ଷ ଶିଶୁର ଜୀବନ ଚାଲି ଯାଇଛି। ନିଜ ଘର ନିକଟରେ ଖେଳୁଥିବା ବେଳେ ଏକ ଦ୍ରୁତଗାମୀ ଡମ୍ପର ଉକ୍ତ ଶିଶୁ ର ଗୋଡ ଉପରେ ଚଢ଼ି ଯାଇଥିଲା। ଗୁରୁତର ଆହତ ଶିଶୁ କୁ ଡାକ୍ତରଖାନା ନେବା ବେଳେ ରାସ୍ତାରେ ତାର ମୃତ୍ୟୁ ହୋଇ ଯାଇଥିଲା। ଏହି ଖବର ପାଇବା ପରେ ତଲସରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲା। ଦୁର୍ଘଟଣା ପରେ ଡମ୍ପର ଡ୍ରାଇଭର ଘଟଣା ସ୍ଥଳରୁ ଗାଡ଼ି ନେଇ ଫେରାର ହୋଇ ଯାଇଥିଲା। ପୋଲିସ୍ ଗୋଡ଼ାଇ ଗୋଡ଼ାଇ ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ୍ କରିଥିବା ବେଳେ ଡ୍ରାଇଭର ଦୌଡି।ପଳାଇ ଯାଇଛି।

Leave A Reply

Your email address will not be published.