ରାଉରକେଲା : ଏଲ୍ ପି ଜି ସିଲିଣ୍ଡର୍ କଳାବଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ପୋଲିସ ର ଚଢ଼ାଉ।। ଗ୍ୟାସ୍ ଏଜେନ୍ସୀ ରେ ଯାଞ୍ଚ ଆରମ୍ଭ।
ରାଉରକେଲା:୧୪/୩(ସତ୍ୟାନ୍ୟୁଜ) ଏବେ ସାରା ରାଜ୍ୟରେ ଏଲ୍ ପି ଜି ଗ୍ୟାସ୍ ପାଇଁ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ବଢୁଥିବା ବେଳେ ପୋଲିସ୍ ପକ୍ଷରୁ ରନ୍ଧନ ଗ୍ୟାସ୍ ର କଳା ବଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ ହୋଇ ଯାଇଛି। ସୁନ୍ଦରଗଡ଼ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ବିରମିତ୍ରପୁର ପୋଲିସ୍ ପକ୍ଷରୁ ବିଭିନ୍ନ ଗ୍ୟାସ୍ ଏଜେନ୍ସୀ ଗୋଦାମ , ଆଉଟଲେଟ୍ ରେ ଚଢ଼ାଉ କରାଯାଇ ଯାଞ୍ଚ ଚାଲିଛି। ବିରମିତ୍ରପୁର , କୁଆଁରମୁଣ୍ଡା ଆଦି ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି।
ସୂଚନା ଯୋଗ୍ୟ ଏକ ଭ୍ୟାନ୍ ରେ ବେଆଇନ୍ ଭାବେ ଏଲ୍ ପି ଜି ସିଲିଣ୍ଡର୍ ଚାଲାଣ ହେଉଥିବା ବେଳେ ସମ୍ବଲପୁର ରେ ଗାଡି ଟି ଓଲଟି ପଡ଼ିଥିଲା। ଯାଞ୍ଚ ବେଳେ ଗ୍ୟାସ୍ ଚୋରା ଚାଲାଣ ହେଉଥିବା ଜଣା ପଡ଼ିଥିଲା। ଏହି ମାମଲାରେ ଜଣଙ୍କୁ ଅଟକ ମଧ୍ୟ ରଖା ଯାଇଛି। ଏହା ପରେ ପରେ ସରକାର ବିଭିନ୍ନ ଗ୍ୟାସ୍ ଏଜେନ୍ସୀ ଗୁଡିକର ଯାଞ୍ଚ କରିବାକୁ ଜିଲ୍ଲା ପ୍ରଶାସନ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।