ରାଉରକେଲା : ବାଇକ୍ ଲୁଟେରା ଙ୍କ ଆତଙ୍କ।। ସ୍ୱାମୀଙ୍କ ସହ ସ୍କୁଟିରେ ଯାଉଥିବା ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍।

0 132

ରାଉରକେଲା:୮/୩(ସତ୍ୟାନ୍ୟୁଜ) ରାଉରକେଲାରେ ପୁଣି ଦେଖା ଦେଇଛି କଳା ବାଇକ୍ ଲୁଟେରା ଙ୍କ ଆତଙ୍କ। ଆଜି ବାସନ୍ତୀ କଲୋନୀ ଡିଏଲ୍ ଛକ ନିକଟରେ ଶିଶିର କୁମାର ମହାରଣା ଓ ସନ୍ତୋଷିନୀ ମହିରଣା ରେ ସ୍କୁଟି ରେ ଯାଉଥିଲେ। ଏହି ସମୟରେ ପଛପଟୁ ତାଙ୍କୁ ଅନୁସରଣ କରି ଦୁଇଜଣ ଦୁର୍ବୃତ୍ତ ହେଲମେଟ ପିନ୍ଧି ବାଇକ୍ ରେ ଆସିଥିଲେ। ଗାଡ଼ି ନିକଟକୁ ଆସି ମହିଳାଙ୍କ ବେକ ରୁ ସୁନା ଚେନ୍ ଝାମ୍ପି ନେଇଥିଲେ ଦୁବୃର୍ତ୍ତ। କେହି କିଛି ଭାବିବା ପୂର୍ବରୁ ସେମାନେ ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ । ଲୁଟ୍ ର ଶିକାର ଦମ୍ପତ୍ତି ଉଦିତନଗର ଥାନା ରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସି ଲଟିଭି ଫୁଟେଜ୍ ଯାଞ୍ଚ କରି ଦୁବୃର୍ତ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।ଏ ଘଟଣା ଟି ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Leave A Reply

Your email address will not be published.