ରାଉରକେଲା : ଅଜଣା ଗାଡ଼ି ପଛରେ ପିଟି ହୋଇ ଗଲା ବାଇକ୍।। ଦୁଇ ମୃତ , ଜଣେ ଗୁରୁତର।

0 258

ରାଉରକେଲା:୯/୩(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣାରେ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ରେ ବସିଥିବା ଅନ୍ୟ ଜଣେ ଯୁବକ ଗୁରୁତର ଅଛନ୍ତି। ଗୁରୁତର ଙ୍କୁ ଅଧିକ ଚିକିତ୍ସା ଲାଗି ରାଉରକେଲା ଅଣା ଯାଇଛି। ଗୌଡୁଣିପୋଷ ଛକ ନିକଟରେ ଏହି ବାଇକ୍ ଏକ ଟ୍ରକ୍ ପଛରେ ଧକ୍କା ଦେବା ପରେ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ମୃତକ ଦୁଇ ଜଣ ଚାନ୍ଦିପୋଷ ଏବଂ କେ ବଳଙ୍ଗ ଥାନା ଅଞ୍ଚଳର ବୋଲି ଜଣା ପଡିଛି। ଦୁର୍ଘଟଣାରେ ଆହତ ଚାନ୍ଦିପୋଷ ମୁଣ୍ଡା ସାହି ର ଦାମୁ ମୁଣ୍ଡା ବୋଲି ଜଣା ପଡିଛି । ଲହୁଣୀପଡା ଥାନା ପୋଲିସ୍ ମୃତଦେହ କୁ ପୋଷ୍ଟମର୍ଟମ୍ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.