ରାଉରକେଲା : ୨୦ ହଜାର ଟଙ୍କା ଲାଞ୍ଚ ନେଇ ଥାନାଏଏସଆଇ ଗିରଫ।। ତାଙ୍କ ସହଯୋଗୀ ମଧ୍ୟ ଗିରଫ।। ଢାବା ମାଲିକଙ୍କ ଠାରୁ ନେଉଥିଲେ ଲାଞ୍ଚ।
୨୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଲହୁଣୀପଡ଼ା ଥାନା ASI, ସହଯୋଗୀ ମଧ୍ୟ ଧରାପଡ଼ିଲେ
ସୁନ୍ଦରଗଡ଼, ୩୦/୮:
(ସତ୍ୟାନ୍ୟୁଜ) ଏକ ଏକ୍ସାଇଜ୍ ମାମଲାରେ ଗିରଫ ନକରିବା ଏବଂ ମାମଲାରେ ସହାୟତା କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଓଡ଼ିଶା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଲହୁଣୀପଡ଼ା ଥାନାର ASI ମଦନ ମୋହନ ପ୍ରଧାନ। ତାଙ୍କ ସହଯୋଗୀ ମନଦୀପ କୁମାର ଦାସ ମୋଦକଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି।
ସୂଚନା ଅନୁସାରେ, ଜଣେ ଢାବା ମାଲିକ ଓ ତାଙ୍କ ସାନ ଭାଇଙ୍କ ବିରୋଧରେ ଏକ ଏକ୍ସାଇଜ୍ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଗିରଫ ନକରିବା ଏବଂ ମାମଲାରେ ସହାୟତା କରିବା ବଦଳରେ ASI ମଦନ ମୋହନ ପ୍ରଧାନ ୨୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା।
ଲାଞ୍ଚ ଟଙ୍କା ନଦେଲେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ASI ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଯୋଜନା ଅନୁଯାୟୀ, ଆଜି ଭିଜିଲାନ୍ସ ଟିମ୍ ଟ୍ରାପ୍ କରିଥିଲା। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ASI ମଦନ ମୋହନ ପ୍ରଧାନ ଓ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକଙ୍କୁ ଧରାଯାଇଥିଲା। ସେମାନଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଟ୍ରାପ୍ ପରେ ASI ପ୍ରଧାନଙ୍କ ସହ ସମ୍ପର୍କିତ ୩ଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ବାବଦରେ ଏକକାଳୀନ ଚଢ଼ାଉ ଚାଲିଛି।
ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୦/୨୯.୦୮.୨୦୨୬, ଧାରା ୭, PC (Amendment) Act, 2018 ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।