ରାଉରକେଲା : ପ୍ରକାଶ ପାସୱାନ ଙ୍କୁ ଦୁଇଦିନିଆ ରିମାଣ୍ଡ ରେ ଆଣିଲା ପୋଲିସ୍।। ସର୍କିଟ ହାଉସ୍ ବନ୍ଧୁକ ଜବତ ଘଟଣା ବାବଦରେ ଜେରା।

0 148

ରାଉରକେଲା : ୨୯/୮
(ସତ୍ୟାନ୍ୟୁଜ) ପ୍ରକାଶ ପାସୱାନ ଙ୍କୁ ଅଧିକ ପଚରା ଉଚୁରା ପାଇଁ ପୋଲିସ୍ ରିମାଣ୍ଡ ରେ ଆଣିଛି। ରାଉରକେଲା ସର୍କିଟ ହାଉସ୍ ରୁମ୍ ରୁ ପିସ୍ତଲ୍ , ଗୁଳି ଜବତ ଘଟଣାରେ ପ୍ରକାଶ ଗିରଫ ହେବା ପରେ ଜେଲ୍ ରେ ଥିଲେ। ଆଜି ତାଙ୍କୁ ଜେଲ ରୁ ଆଣିବା ପରେ ରାଉରକେଲା ସରକାରୀ ହସ୍ପିଟାଲ୍ କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଥିଲା। ତାପରେ ଅଧିକ ଜେରା ପାଇଁ ପ୍ରକାଶ ଙ୍କୁ ରଘୁନାଥପାଲି ଥାନା ନିଆଯାଇଛି। କେନ୍ଦ୍ର ମନ୍ତ୍ରୀଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର କରାଯାଇଛି ବୋଲି ପ୍ରକାଶ କହିଛନ୍ତି।
ଅଗଷ୍ଟ ୧୪ ତାରିଖରେ ରାଉରକେଲା ସର୍କିଟ ହାଉସ୍ ୧୦୭ ନମ୍ୱର୍ ରୁମ୍ ରୁ ପିସ୍ତଲ୍ ଗୁଳି ଜବତ ଏବଂ ଏହି ସନ୍ଦର୍ଭରେ ୨ ଜଣ ଗିରଫ ହୋଇଥିଲେ। ସଂଗଠିତ ଅପରାଧ ଘଟାଇବାକୁ ଏଠାରେ ଅଭିଯୁକ୍ତ ମାନେ ରହୁଥିବା ପୋଲିସ୍ ଜାଣିବାକୁ ପାଇଥିଲେ। ଅଭିଯୁକ୍ତ ମାନଙ୍କ ସହ ପ୍ରକାଶ ଙ୍କ ଲିଙ୍କ୍ ଥିବା ଏବଂ ସେଠାରେ ସେମାନଙ୍କୁ ସେ ରଖିଥିବା ଜାଣିବା ପରେ ପୋଲିସ ପ୍ରକାଶ ଙ୍କୁ ବିହାରରୁ ଗିରଫ କରିଥିଲେ। ଏହା ଏକ
ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଅଧିକ ତଦନ୍ତ ପାଇଁ ପୋଲିସ ତାଙ୍କୁ ଦୁଇ ଦିନିଆ ରିମାଣ୍ଡ ରେ ଆଣିଛି।

Leave A Reply

Your email address will not be published.