ରାଉରକେଲା: ରିଙ୍ଗ ରୋଡ ରେ ବଡ ବଡ ଗର୍ତ୍ତ ସୃଷ୍ଟି ଯୋଗୁଁ ପ୍ରତିଦିନ ଘଟୁଛି ଦୁର୍ଘଟଣା।। ଶୀଘ୍ର ମରାମତି କରିବାକୁ ଦାବି ।

0 45

ରାଉରକେଲା: ୩୦/୮
(ସତ୍ୟାନ୍ୟୁଜ) ଯୁଆଡେ ଚାହିଁବ ବଡ଼ ବଡ଼ ଗାଢ଼। ଗାଢ଼ ରେ ପଡି ପ୍ରତିଦିନ କେହି ନା କେହି ଆହତ ହେଉଛନ୍ତି। ବେଶୀ ପ୍ରଭାବିତ ହେଉଛନ୍ତି ବାଇକ୍ ଚାଳକ। ଏ ପ୍ରକାର ଖାଲ , ଗାଢ଼ ଦେଖାଯାଉଛି ରାଉରକେଲା ର ଗର୍ବ କୁହା ଯାଉଥିବା ରିଙ୍ଗ ରୋଡ ରେ। ଚଳିତ ମାସ ୧୩ ଏବଂ ୧୬ ତାରିଖରେ ପ୍ରବଳ ବର୍ଷା ଯୋଗୁଁ ସହର ର ବିଭିନ୍ନ ରାସ୍ତାରେ ଗର୍ତ୍ତ ସୃଷ୍ଟି ହେଲା। ରିଙ୍ଗ ରୋଡ ରେ ମଧ୍ୟ ବିଭିନ୍ନ ସ୍ଥାନରେ ଦେଖାଗଲା ଗାଢ଼। ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ସିମେଣ୍ଟ , ଗେଟି ଦ୍ୱାରା ମରାମତି କାମ ମଧ୍ୟ କଲେ। ମାତ୍ର ବର୍ଷା ସମୟରେ ଏହି କାମ କରିବା ଦ୍ୱାରା ଡ୍ରେସିଂ ପୁଣି ଧୋଇ ଗଲା। ଏବେ ରିଙ୍ଗ ରୋଡ ର ବିର୍ସା ମୁଣ୍ଡା ଛକ , ପ୍ଲାଣ୍ଟ ସାଇଟ୍ ରୋଡ ଛକ , ସରନା ଛକ ସହ ବିଭିନ୍ନ ସ୍ଥାନରେ ବଡବଡ ଗର୍ତ୍ତ ସୃଷ୍ଟି ହୋଇ ଗମନା ଗମନରେ ବାଧା ସୃଷ୍ଟି ହେଉଛି। ରାସ୍ତା ଉପରେ ବଡ ବଡ ଗାଢ଼ ସୃଷ୍ଟି ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ଶୁକ୍ରବାର ଦିନ ପ୍ଲାଣ୍ଟ ସାଇଟ୍ ରୋଡ ନିକଟ ରିଙ୍ଗ ରୋଡ ରେ ଗର୍ତ୍ତ ରେ ବାଇକ୍ ପଡ଼ି ଯିବାରୁ ଗୋଟିଏ ପରିବାରର ୩ ଜଣ ଆହତ ହୋଇଥିଲେ। ଆଜି ବିଶ୍ରା ଛକ ନିକଟ ଓଭର ବ୍ରିଜ୍ ରେ ମଧ୍ୟ ଗର୍ତ୍ତ ଯୋଗୁଁ ବାଇକ୍ , କାର ଦୁର୍ଘଟଣା ଘଟି ୨ ଜଣ ଆହତ ହୋଇଛନ୍ତି । ରାସ୍ତା ମରାମତି ରେ ଅବହେଳା ଯୋଗୁ ଲୋକମାନେ ଅସନ୍ତୋଷ ଜାହିର କରିବା ସହ ଶୀଘ୍ର ରିଙ୍ଗ ରୋଡ ମରାମତି ଦାବି କରିଛନ୍ତି।

Leave A Reply

Your email address will not be published.