ସୁନ୍ଦରଗଡ଼ : ଡକାୟତି ପୂର୍ବରୁ ପୁଲିସର ଚଢ଼ାଉ।। ୩ ଗିରଫ, ମାରଣାସ୍ତ୍ର ଓ ଚୋରି ସାମଗ୍ରୀ ଜବତ।। ଚୋରି ରେ ବ୍ୟବହୃତ କାର ଜବତ୍।

0 80

ସୁନ୍ଦରଗଡ଼ରେ ବଡ଼ ଡକାୟତି ଯୋଜନା ପଣ୍ଡ। ୩ ଗିରଫ, ମାରଣାସ୍ତ୍ର , ଚୋରି ସାମଗ୍ରୀ ସହ କାର ଜବତ।
ସୁନ୍ଦରଗଡ଼:୨୯/୮
(ସତ୍ୟାନ୍ୟୁଜ) ରାତି ପାଟ୍ରୋଲିଂ ବେଳେ ତଳସରା ପୁଲିସକୁ ମିଳିଛି ବଡ଼ ସଫଳତା। ରାଜ୍ୟ ରାଜପଥ ସାଉନାମୁରା ଛକ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।
ଗିରଫ ଅଭିଯୁକ୍ତଙ୍କଠାରୁ ଛୁରୀ, ଲୁହା ରଡ୍, ମୁହଁ ଢାଙ୍କିବା ମାସ୍କ, ଲଙ୍କାଗୁଣ୍ଡ, ପ୍ଲାଷ୍ଟିକ ଦଉଡ଼ି, ଟର୍ଚ୍ଚ ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି। ଡକାୟତି ରେ ବ୍ୟବହୃତ ହେଉଥିବା ଏକ କାର ମଧ୍ୟ ଜବତ୍ ହୋଇଛି।
ପୁଲିସ ଅନୁସାରେ, ଅଭିଯୁକ୍ତମାନେ ରାତିରେ ଯାତାୟାତ କରୁଥିବା ଟ୍ରକ୍‌ଗୁଡ଼ିକୁ ଲୁଟିବା ପାଇଁ ପ୍ରସ୍ତୁତି କରିଥିଲେ। ଏହି ଗ୍ୟାଙ୍ଗ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରର ବିଭିନ୍ନ ଚୋରି ମାମଲାରେ ସମ୍ପୃକ୍ତି ଥିବା ନେଇ ତଦନ୍ତ ଚାଲିଛି।
ସମ୍ବଲପୁର ରେଙ୍ଗାଲି ଅଞ୍ଚଳରୁ ଚୋରି ହୋଇଥିବା ଇନଭର୍ଟର, ବ୍ୟାଟେରୀ, ପିତ୍ତଳ ବାସନ ଓ ଅନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଚୋରି ସାମଗ୍ରୀ ନେଇ ଯାଉଥିବା ଏକ କାର କୁ ପୁଲିସ ଗୋଡ଼ାଇବା ପରେ ଅଭିଯୁକ୍ତମାନେ ବିର୍ତୋଲା ନିକଟରେ ଗାଡ଼ି ଛାଡ଼ି ଜଙ୍ଗଲକୁ ଫେରାର ହୋଇ ଯାଇଥିଲେ।
ଡ୍ରୋନ୍, ଡଗ୍ ସ୍କ୍ୱାଡ୍ ଓ DFSL ଟିମ୍‌ର ସହାୟତାରେ ତଦନ୍ତ ଜାରି ରହିଛି। ଫେରାର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ଦୁଇଟି ସ୍ୱତନ୍ତ୍ର ପୁଲିସ ଟିମ୍ ତଦନ୍ତ ଚଳାଇଛି।

Leave A Reply

Your email address will not be published.