ସୁନ୍ଦରଗଡ଼ : ଆନ୍ତ ଜିଲ୍ଲା ବାଇକ୍ ଏବଂ ଘର ଚୋରି ରାକେଟ୍ ର ୬ ସଦସ୍ୟ ଗିରଫ।। ୬ ବାଇକ୍ ସମେତ ବହୁ ସାମଗ୍ରୀ ଜବତ୍।

0 41

ଲେଫ୍ରିପଡ଼ା ପୋଲିସର ବଡ଼ ସଫଳତା: ଆନ୍ତଃଜିଲ୍ଲା ଚୋର ଗ୍ୟାଙ୍ଗ ଧରାପଡ଼ିଲା, ୫ ଗିରଫ
ସୁନ୍ଦରଗଡ଼: ୩୦/୮
(ସତ୍ୟାନ୍ୟୁଜ) ଲେଫ୍ରିପଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା। ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଲଗାତାର ବାଇକ୍ ଚୋରି ଏବଂ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଚୋରି ଘଟଣାରେ ସମ୍ପୃକ୍ତ ଏକ ଆନ୍ତଃଜିଲ୍ଲା ଅପରାଧୀ ଗ୍ୟାଙ୍ଗକୁ ଧରିଛି ପୋଲିସ।
ସୁନ୍ଦରଗଡ଼ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏହି ଘଟଣାର ତଦନ୍ତ ଓ ଚୋରି ମାମଲାଗୁଡ଼ିକର ଡିଟେକ୍ସନ ପାଇଁ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା। ସଦର ଏସ୍‌ଡିପିଓ ନିର୍ମଳ କୁମାର ମହାପାତ୍ର ନେତୃତ୍ୱ ଏବଂ ଲେଫ୍ରିପଡ଼ା ଥାନା ଆଇଆଇସି ଇନ୍ସପେକ୍ଟର ସୁସ୍ମିତା ଦେବତାଙ୍କ ତତ୍ତ୍ୱାବଧାନରେ ପୋଲିସ ଟିମ୍ ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ସମୟରେ ପୋଲିସ ଗ୍ୟାଙ୍ଗର ୫ ଜଣ ଅଭିଯୁକ୍ତଙ୍କୁ, ସେଥିମଧ୍ୟରୁ ଜଣେ *CICL (Child in Conflict with Law)*କୁ ଧରିବାରେ ସଫଳ ହୋଇଛି।
ଅଭିଯୁକ୍ତଙ୍କ ଠାରୁ ୬ଟି ଚୋରି ମୋଟରସାଇକେଲ୍, ୧୦ଟି LPG ଗ୍ୟାସ୍ ସିଲିଣ୍ଡର, ପ୍ରାୟ ୫୦୦ କେଜି ଚାଉଳ, ବିଭିନ୍ନ ପ୍ରକାରର ରୋଷେଇ ଉପକରଣ, ଇନଭର୍ଟର ବ୍ୟାଟେରୀ, କମ୍ପ୍ୟୁଟର ପାର୍ଟସ୍ ସମେତ ବିଭିନ୍ନ ଚୋରି ସାମଗ୍ରୀ ଜବତ କରାଯାଇଛି।
ପୋଲିସ ସନ୍ଦେହ କରୁଛି ଯେ, ଏହି ଗ୍ୟାଙ୍ଗ ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଘଟିଥିବା ଆହୁରି ଅନେକ ଅନସଲ୍ଭଡ୍ ପ୍ରପର୍ଟି ଅଫେନ୍ସରେ ସମ୍ପୃକ୍ତ ଥାଇପାରେ। ଏନେଇ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତମାନଙ୍କର ପୂର୍ବ ଅପରାଧିକ ରେକର୍ଡ ମଧ୍ୟ ଯାଞ୍ଚ କରୁଛି ପୋଲିସ।
ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ୨୯ ଅଗଷ୍ଟ ୨୦୨୬ରେ କୋର୍ଟରେ ହାଜର କରାଯାଇଥିବାବେଳେ, ସେମାନଙ୍କୁ ଜେଲ୍ ହାଜତକୁ ପଠାଯାଇଛି।
ଆଗାମୀ ତଦନ୍ତରେ ଏହି ଗ୍ୟାଙ୍ଗ ସହ ଜଡ଼ିତ ଆହୁରି ଚୋରି ମାମଲା ଓ ଅନ୍ୟ ଅପରାଧର ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

Leave A Reply

Your email address will not be published.