ରାଉରକେଲା : ପିଲା ଚୋର ଗୁଜବ ପ୍ରତି ସତର୍କ ରୁହନ୍ତୁ।। ସତ୍ୟାସତ୍ୟ ଯାଞ୍ଚ ପରେ ପୋଲିସ କୁ ସୂଚନା ଦିଅନ୍ତୁ।। ବିରମିତ୍ରପୁର ରେ ସଚେତନତା କର୍ମଶାଳା।
ରାଉରକେଲା:୮/୩(ସତ୍ୟାନ୍ୟୁଜ) ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପିଲା ଚୋର ସନ୍ଦେହରେ ଅଚିହ୍ନା ଲୋକଙ୍କ ଉପରେ ଆକ୍ରମଣ ହେଉଥିବାର ସୂଚନା ମିଳୁଛି। ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ରେ ମଧ୍ୟ କିଛି ଦିନ ହେଲା ପିଲା ଚୋର ଗୁଜବ ଯୋଗୁଁ ଅଚିହ୍ନା ଲୋକଙ୍କ ସହ ମାଡପିଟ୍ ର ସୂଚନା ରହିଛି। ଏ ପ୍ରକାର ଗୁଜବକୁ ବିଶ୍ୱାସ ନକରି ସତ୍ୟାସତ୍ୟ ଯାଞ୍ଚ କରି ପଦକ୍ଷେପ ନେବାକୁ ପୋଲିସ୍ କହିଛି। ଏହି ପରିପ୍ରେକ୍ଷୀରେ ଏକ ସଚେତନତା ସେମିନାର ବିରମିତ୍ରପୁର ରେ ଅନୁଷ୍ଠିତ ହୋଇ ଯାଇଛି। ଏହି କର୍ମଶାଳାରେ ଅଙ୍ଗନବାଡି କର୍ମୀ , ଆଶା କର୍ମୀ ମାନେ ଯୋଗ ଦେଇଥିଲେ। ଲୋକମାନଙ୍କୁ ଗୁଜବ ବାବଦରେ ସଚେତନ କରିବାକୁ ଆଶା ଏବଂ ଅଙ୍ଗନବାଡି କର୍ମୀଙ୍କୁ ପରାମର୍ଶ ଦିଆ ଯାଇଥିଲା। ତେବେ ସତର୍କ ରହି ସତ୍ୟାସତ୍ୟ ଯାଞ୍ଚ ପରେ ସନ୍ଦେହ ହେଲେ ଲୋକମାନେ ପୋଲିସ୍ କୁ ଖବର ଦେବାକୁ ନିବେଦନ କରା ଯାଇଥିଲା।