ରାଉରକେଲା : ସରି ଯାଇଛି ବେଦବ୍ୟାସ ମେଳା।। ପଡ଼ି ରହିଛି ପଲିଥିନ୍ ଏବଂ ପ୍ଲାଷ୍ଟିକ ବର୍ଜ୍ୟ।। ମହାନଗର ନିଗମ ପକ୍ଷରୁ ସମୂହ ସଫେଇ ଅଭିଯାନ।

0 82

ରାଉରକେଲା:୭/୩(ସତ୍ୟାନ୍ୟୁଜ) ଶିବରାତ୍ରି ଠାରୁ ଆରମ୍ଭ ହୋଇଥିବା ବେଦବ୍ୟାସ ମେଳା ସରି ଯାଇଛି। ମାତ୍ର ମେଳା ପରି ସେଠାରେ ପଡ଼ିରହିଛି ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ। ବିଶେଷ କରି ପ୍ଲାଷ୍ଟିକ ଏବଂ ପଲିଥିନ୍ ବର୍ଜ୍ୟ ପରିବେଶ କୁ ଦୂଷିତ କରିବାର ସମ୍ଭାବନା ବଢ଼ି ଯାଇଥିଲା। ୧୫ ଦିନ ଧରି ଚାଲିଥିବା ଏହି ମେଳାରେ ବ୍ୟାପକ ଭାବେ ପଲିଥିନ୍ ବ୍ୟବହାର କରା ଯାଇଥିଲା । ଏବେ ଏହି ସମସ୍ତ ବର୍ଜ୍ୟ ପଦାର୍ଥକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ପରିଷ୍କାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ସ୍ଵଚ୍ଛ ସର୍ବେକ୍ଷଣ ପରିପ୍ରେକ୍ଷୀରେ ଆଜି ରାଉରକେଲା ମହାନଗର ନିଗମ ପକ୍ଷରୁ ବେଦବ୍ୟାସ ମେଳା ପଡ଼ିଆ ଠାରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୧୨୦ରୁ ଅଧିକ ଆରଏମସି କର୍ମଚାରୀ ଏବଂ ବରିଷ୍ଠ ଅଧିକାରୀ ମାନେ ଏକାଠି ହୋଇ ମେଳା ପଡ଼ିଆ ସଫେଇ କରିଥିଲେ। ଏହି ସଫେଇରୁ ସଂଗୃହିତ ପ୍ଲାଷ୍ଟିକ୍ ଓ ପଲିଥିନ ଗୁଡିକୁ ପ୍ରକ୍ରିୟାକରଣ ପାଇଁ ବସ୍ତୁ ପୁନଃଲାଭ କେନ୍ଦ୍ରକୁ ପଠାଯିବା ବ୍ୟବସ୍ଥା କରା ଯାଇଛି। ସହରକୁ ସ୍ୱଚ୍ଛ ରଖିବା କେବଳ ପ୍ରଶାସନର ଦାୟିତ୍ଵ ଭାବିବା ଠିକ୍ ନୁହେଁ। ସ୍ଵଚ୍ଛତା ଏକ ସାମୂହିକ ଦାୟିତ୍ଵ ହୋଇଥିବା ବେଳେ ସହରକୁ ସ୍ଵଚ୍ଛ ରଖିବା ପାଇଁ ସମସ୍ତେ ହାତ ବଢ଼ାଇବା ଉଚିତ।

Leave A Reply

Your email address will not be published.