ରାଉରକେଲା : ବଢ଼ିଲା ଘରୋଇ ଏବଂ ବ୍ୟବସାୟୀକ ଗ୍ୟାସ୍ ଦର।। ମଧ୍ୟ ପ୍ରାଚ୍ୟ ଯୁଦ୍ଧ ର ପ୍ରଭାବ।।

0 81

ରାଉରକେଲା:୭/୩(ସତ୍ୟାନ୍ୟୁଜ) ମଧ୍ୟ ପ୍ରାଚ୍ୟ ରେ ଚାଲିଥିବା ଯୁଦ୍ଧର ପ୍ରଭାବ ପଡ଼ିଲା ଭାରତ ଉପରେ । ଆଜି ଘରୋଇ ରନ୍ଧନ ଗ୍ୟାସ୍ ଏବଂ କମର୍ଶିଆଲ୍ ଗ୍ୟାସ୍ ଦାମ୍ ବଢ଼ି ଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡ଼ିଛି । ଘରୋଇ ୧୪ କେଜି ଗ୍ୟାସ୍ ସିଲିଣ୍ଡର୍ ପ୍ରତି ୬୦ ଟଙ୍କା ବଢ଼ି ଥିବା ବେଳେ ରାଉରକେଲା ରେ ଏହାର ଦାମ୍ ୯୧୨ ଟଙ୍କା ରୁ ୯୭୨ ଟଙ୍କାରେ ପହଞ୍ଚିଛି। ସେହି ପରି ବ୍ୟବସାୟୀକ ଗ୍ୟାସ୍ ସିଲିଣ୍ଡର୍ ୧୧୫ ଟଙ୍କା ପାଖାପାଖି ବଢ଼ିଛି। ଯୁଦ୍ଧ ଚାଲି ଥିବାରୁ ଅଶୋଧିତ ତୈଳ ଦର ବଢ଼ୁଛି। ଯୁଦ୍ଧ ଲାଗି ରହିଲେ ଆଗାମୀ ଦିନରେ ଗ୍ୟାସ ସିଲିଣ୍ଡର୍ ଦାମ୍ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଯୁଦ୍ଧ ର ପ୍ରଭାବରେ ଘରୋଇ ରନ୍ଧନ ଏବଂ ବ୍ୟବସାୟୀକ ଗ୍ୟାସ୍ ଦର ବୃଦ୍ଧି ପାଇ ଥିବା ବେଳେ ଆଗାମୀ ଦିନରେ ପେଟ୍ରୋଲ , ଡିଜେଲ୍ ଦର ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Leave A Reply

Your email address will not be published.