ରାଉରକେଲା : ବେଦବ୍ୟାସ ଅଞ୍ଚଳରୁ ମିଳିଥିବା ଯୁବତୀଙ୍କ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନାହିଁ।। ପୋଲିସ୍ ତଦନ୍ତ ଜାରି।

0 116

ରାଉରକେଲା:୭/୩(ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ ଅଞ୍ଚଳରେ ଗତକାଲି ମିଳିଥିବା ଯୁବତୀଙ୍କ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରି ନାହିଁ। ପୋଷ୍ଟମର୍ଟମ ପରେ ପୋଲିସ୍ ମୃତଦେହ କୁ ସଂରକ୍ଷିତ ରଖିଛି। ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ମୃତ ଦେହ ଚିହ୍ନଟ ହୋଇ ପାରି ନଥିବାରୁ ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳ ର ହୋଇ ନଥିବା ଅନୁମାନ କରାଯାଉଛି । ଯୁବତୀ ଙ୍କ ବୟସ ୨୨/୨୩ ବର୍ଷ ହେବ ବୋଲି ଜଣା ପଡୁଛି । ଅନ୍ୟ କୌଣସି ସ୍ଥାନରେ ତାଙ୍କୁ ହତ୍ୟା କରି ସେଠାରେ ଆଣି ପକାଇ ଦିଆ ଯାଇଥିବା ଅନୁମାନ କରା ଯାଉଛି। ପୋଲିସ୍ ସନ୍ଧାନୀ କୁକୁର ଏବଂ ସାଇଣ୍ଟଫିକ୍ ଟିମ୍ ସହ ଘଟଣା ସ୍ଥଳରେ ତଦନ୍ତ କରିଛନ୍ତି। ଆଜି ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ହତ୍ୟାର ସଠିକ୍ କାରଣ ଜଣା ପଡିବ।
ସୂଚନାଯୋଗ୍ୟଯେ ଗତକାଲି ଯୁବତୀଙ୍କ ମୃତଦେହ ବେଦବ୍ୟାସ ସମିଲ୍ ଛକରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଏକ ସ୍କୁଲ ପଛପଟ ବୁଦା ମୂଳରୁ ପୋଲିସ୍ ଉଦ୍ଧାର କରିଥିଲା। ମୃତ ଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

Leave A Reply

Your email address will not be published.