ସୁନ୍ଦରଗଡ଼: ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ଆରମ୍ଭ।। ପ୍ରଥମ ଦିନରେ ମାସ୍ ଫିଟନେସ୍ ଏବଂ ଯୋଗ ଅଧିବେଶନ।

0 59

ଅନ୍ତର୍ଜାତୀୟ ମହିଳା ଦିବସ – ପ୍ରଥମ ଦିବସ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼୬/୩(ସତ୍ୟାନ୍ୟୁଜ) ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଆଜି ସ୍ଥାନୀୟ ଭବାନୀ ଭବନ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଏକ ମାସ୍ ଫିଟନେସ ଏବଂ ଯୋଗ କାର୍ଯ୍ୟକ୍ରମ ତଥା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଇଯାଇଅଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୂରଜ କୁମାର ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ବିଶେଷଙ୍କ ଡ଼ଃ ସସ୍ମିତା ପଣ୍ଡା ମହିଳାମାନଙ୍କର ପୋଷଣ ଓ ସ୍ୱାସ୍ଥ୍ୟ ସେବା ବିଷୟରେ ମୂଲ୍ୟବାନ ତଥ୍ୟ ଓ ପରାମର୍ଶ ଦେଇଥିଲେ। ସେହିଭଳି ମହିଳାମାନେ ସୁସ୍ଥ ଜୀବନଶୈଳୀ ଆପଣାଇବା ସହିତ ସନ୍ତୁଳିତ ଖାଦ୍ୟ ଖାଇବା ଉପରେ ଗୁରୁତ୍ଵାରୋପ କରିବା ନେଇ ଆଲୋକପାତ କରିଥିଲେ।

ପରେ ପରେ ଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ପ୍ରଶିକ୍ଷକ ଶ୍ରୀମତୀ ଅନୁରାଧା ନାଏକ ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ଯୋଗ ଆସନ ଉପରେ ପ୍ରଶିକ୍ଷଣ ଦେଇଥିଲେ ଏବଂ ଯୋଗ ଅଭ୍ୟାସ କରେଇ ଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂସ୍ଥାର ମହିଳା ଓ ମହିଳା କ୍ରୀଡାବିତ୍, ସୁନ୍ଦରଗଡ଼ ମହିଳା ମହାବିଦ୍ୟାଳୟ ଏବଂ ସୁନ୍ଦରଗଡ଼ ମହାବିଦ୍ୟାଳୟର ଛାତ୍ରୀ, ରାଜ୍ୟ କ୍ରୀଡା ହୋଷ୍ଟେଲ ଓ ସାଇ ହୋଷ୍ଟେଲରୁ ବହୁ ସଂଖ୍ୟାରେ ପ୍ରଶିକ୍ଷାର୍ଥୀ ମାନେ ଅଂଶ ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମାସ୍ ଫିଟନେସ ଓ ଯୋଗ କାର୍ଯ୍ୟକଳାପ ସହିତ ସଚେତନତା ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କି ମହିଳାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ଵାରୋପ କରଯାଇଥିଲା।

Leave A Reply

Your email address will not be published.