ରାଉରକେଲା : ସର୍କିଟ ହାଉସ୍ କେଳେଙ୍କାରୀ ରେ ଆଉ ଦୁଇ ଗିରଫ।। ଗିରଫଙ୍କ ସଂଖ୍ୟା ୧୨ କୁ ବୃଦ୍ଧି।। ପ୍ରକାଶ ପାସୱାନ ଙ୍କୁ ରିମାଣ୍ଡ ରେ ଆଣିବ ପୋଲିସ୍।

0 76

ରାଉରକେଲା : ୨୮/୮
(ସତ୍ୟାନ୍ୟୁଜ) ସର୍କିଟ ହାଉସ୍ ରୁ ବନ୍ଧୁକ , ଗୁଳି ଜବତ ଏବଂ ପେଶାଦାର ଅପରାଧୀ ଗିରଫ ଘଟଣା ପରେ ବହୁ ତଥ୍ୟ ସାମ୍ନାକୁ ଆସୁଛି। ଏହି ଅପରାଧୀଙ୍କ ସହ ସମ୍ପର୍କ ଥିବା ନିଲମ୍ବିତ ବିଜେପି ଯୁବ ନେତା ପ୍ରକାଶ ପାସୱାନ ଙ୍କୁ ପୋଲିସ୍ ବିହାର ରୁ ଗିରଫ କରି ଆଣିବା ପରେ ଗତକାଲି ରାତିରେ କୋର୍ଟ ଚାଲାଣ କରିଥିଲେ। ତାଙ୍କୁ ଜାମିନ ନମିଳିବାରୁ ଜେଲ୍ ପଠାଇ ଦିଆ ଯାଇଛି। ଅଧିକ ପଚରା ଉଚୁରା ପାଇଁ ଆଜି ପୋଲିସ୍ ପ୍ରକାଶ ଙ୍କୁ ରିମାଣ୍ଡ ରେ ଆଣିବାକୁ ଆବେଦନ କରିବ। ଅନ୍ୟପକ୍ଷରେ ପ୍ରକାଶ ଙ୍କ ଗିରଫ ପରେ ରାଉରକେଲା ପୋଲିସ ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ଏହା ସହ ସର୍କିଟ ହାଉସ୍ ମାମଲାରେ ଏବେ ଗିରଫ ସଂଖ୍ୟା ୧୨ ରେ ପହଞ୍ଚିଛି। ଆଗକୁ ଆହୁରି ମଧ୍ୟ ଗିରଫଦାରି ହେବା ନେଇ ସୂଚନା ମିଳୁଛି।
ସର୍କିଟ ହାଉସ୍ ପ୍ରକରଣରେ ଗିରଫ ଙ୍କ ସଂଖ୍ୟା ବଢ଼ି ଚାଲି ଥିବା ବେଳେ କିଛି ସରକାରୀ କର୍ମଚାରୀ ମଧ୍ୟ ତଦନ୍ତ ପରିସରକୁ ଆସିଥିବା ସୂଚନା ମିଳିଛି। ସେମାନଙ୍କ ବିରୁଦ୍ଧରେ ଖୁବ୍ ଶୀଘ୍ର ଆଇନଗତ କାର୍ଯ୍ୟନୁଷ୍ଠାନ ନିଆ ଯାଇ ପାରେ। ଏହା ସହ ସର୍କିଟ ହାଉସ୍ ର ଦାୟିତ୍ୱରେ ଥିବା କିଛି କର୍ମଚାରୀଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ନେଇ ତର୍ଜମା ଚାଲିଛି।

Leave A Reply

Your email address will not be published.