ନେପାଳ : ନେପାଳ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୫୯।। ୨୮୮ ଭାରତୀୟ ନିଖୋଜ।। ଓଡ଼ିଶାରୁ ୩ ଜଣ ନିଖୋଜ ଅଛନ୍ତି।

0 79

ନେପାଳ:୨୭/୮(ସତ୍ୟାନ୍ୟୁଜ) ନେପାଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୫୯ ହୋଇଥିବା ବେଳେ ୨୮୮ ଜଣ ଭାରତୀୟ ନିଖୋଜ ହୋଇଛନ୍ତି। ଓଡ଼ିଶା ଖୋର୍ଦ୍ଧା ର ଜଣେ ଦମ୍ପତ୍ତି ଙ୍କ ସହ ୩ ଜଣ ନିଖୋଜ ଅଛନ୍ତି। ନିଖାଜଙ୍କ ମଧ୍ୟରେ ବାରିପଦାର ଜଣେ ମହିଳା ଅଛନ୍ତି। ଓଡ଼ିଶାର କିଛି ଫୁଟବଲ୍ ଖେଳାଳି ଫସି ରହିଛନ୍ତି। ଅବଶ୍ୟ ସେମାନେ ସୁରକ୍ଷିତ ଅଛନ୍ତି।
ମାନସରୋବର ଯାତ୍ରାରେ ଥିବା କିଛି ପର୍ଯ୍ୟଟକ ଚୀନ୍ ପଟେ ଫସି ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଭରତ ସହଯୋଗର ହାତ ବଢ଼ାଇଛି। ଔଷଧ ସହ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଭାରତ ପଠାଇଛି। ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ର ବହୁ ପର୍ଯ୍ୟଟକ ନିଖୋଜ ଥିବା ଜଣା ପଡ଼ିଛି। ଏବେ ନେପାଳରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରା ଯାଇଛି। ଭାଙ୍ଗି ଯାଇଥିବା କୋଠାବାଡ଼ି , ମାଟି ତଳୁ ଜୀବନ ଖୋଜା ଚାଲିଛି। ନେପାଳ ବନ୍ୟା ଯୋଗୁଁ ବିହାର ଏବଂ ଉତ୍ତର ପ୍ରଦେଶ ର କିଛି ଅଞ୍ଚଳରେ ହାଇ ଆଲର୍ଟ ଜାରି କରା ଯାଇଛି।

Leave A Reply

Your email address will not be published.