ରାଉରକେଲା : ସର୍କିଟ ହାଉସ୍ ଆର୍ମସ୍ ଜବତ୍ ଘଟଣାର ୱାଣ୍ଟେଡ ଅଭିଯୁକ୍ତ ପ୍ରକାଶ ପାସୱାନ ଗିରଫ।। ଗିରଫ କଲା ବିହାର ଏସଟିଏଫ୍।
ରାଉରକେଲା ସର୍କିଟ୍ ହାଉସ୍ ଅସ୍ତ୍ର ଜବତ ମାମଲା: ବିହାରରୁ ପ୍ରକାଶ ପାସୱାନ ଗିରଫ ହୋଇଥିବା ସୂଚନା। ପ୍ରକାଶ ଙ୍କୁ ଆଣିବା କୁ ରାଉରକେଲା ପୋଲିସ୍ ପହଞ୍ଚିଲେ ବିହାର।
ରାଉରକେଲା : ୨୭/୮
(ସତ୍ୟାନ୍ୟୁଜ) ରାଉରକେଲା ସର୍କିଟ୍ ହାଉସ୍ରୁ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ ଘଟଣାରେ ପୋଲିସ୍ ଦ୍ୱାରା ୱାଣ୍ଟେଡ୍ ଥିବା ଅଭିଯୁକ୍ତ ପ୍ରକାଶ ପାସୱାନଙ୍କୁ ବିହାରର ବରଉନି ଷ୍ଟେସନ ରୁ ଗିରଫ କରା ଯାଇଥିବା ସୂଚନା ମିଳିଛି। ପ୍ରକାଶ ଟ୍ରେନ୍ ରେ ଯାଉଥିବା ଖବର ରାଉରକେଲା ପୋଲିସ୍ ଠାରୁ ପାଇବା ପରେ ବିହାର ଏସଟିଏଫ୍ ବେଗୁସରାଇ ଜିଲ୍ଲାର ବରଉନି ଷ୍ଟେସନ୍ ରୁ ପ୍ରକାଶ ଙ୍କୁ ଧରିଛନ୍ତି।
ପ୍ରକାଶ ଙ୍କୁ ବିହାର ରୁ ଆଣିବାକୁ ରାଉରକେଲା ପୋଲିସ୍ର ଏକ ଟିମ୍ ସେଠାରେ ପହଞ୍ଚି ସାରିଛନ୍ତି। ଆବଶ୍ୟକୀୟ କାଗଜପତ୍ର ପରେ ପୋଲିସ୍ ତାଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ବିହାରରୁ ଆଣି ରାଉରକେଲା ରେ ପହଞ୍ଚିବାର ସମ୍ଭାବନା ଅଛି । ଏଠାରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ଜେରା କରିବା ନେଇ ସୂଚନା ମିଳିଛି।
ତେବେ, ଏହି ଗିରଫ ସମ୍ପର୍କରେ ପୋଲିସ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ସ୍ପଷ୍ଟୀକରଣ ଦିଆଯାଇନାହିଁ। ଗିରଫ ସମ୍ପର୍କିତ ଅଧିକ ତଥ୍ୟ ଓ ପୋଲିସ୍ର ଆଧିକାରିକ ବୟାନକୁ ଅପେକ୍ଷା କରାଯାଉଛି।