ରାଉରକେଲା:୬/୩(ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ ଅଞ୍ଚଳରେ ଜଣେ ଯୁବତୀଙ୍କ ମୃତଦେହ ମିଳିବା ପରେ ଏରିଆ ରେ ଚାଞ୍ଚଲ୍ୟ ଖେଳି ଯାଇଛି।
ଏହି ମୃତଦେହ ଶୋ ମିଲ୍ ଛକରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଏକ ସ୍କୁଲ ପଛପଟ ବୁଦା ମୂଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯୁବତୀ ଜଣକ ଜିନ୍ ପ୍ୟାଣ୍ଟ ଏବଂ କୁର୍ତ୍ତା ପିନ୍ଧି ଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସକାଳ ପ୍ରାୟ ୭ଟା ସମୟରେ କିଛି ଲୋକ ସେଠାକୁ ପ୍ରାତଃକାଳୀନ କାମ ପାଇଁ ଯାଇଥିବାବେଳେ ବୁଦା ମଧ୍ୟରେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।
ସୂଚନା ପାଇ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।
ଯୁବତୀଙ୍କ ବୟସ ୨୨ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରା ଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ପରିଚୟ ସ୍ପଷ୍ଟ ହୋଇନଥିବାରୁ ଘଟଣାଟି ଅଧିକ ରହସ୍ୟମୟ ହୋଇପଡ଼ିଛି।
ଯୁବତୀଙ୍କୁ ଅନ୍ୟ ସ୍ଥାନରେ ହତ୍ୟା କରାଯାଇ ମୃତ ଦେହ ସେଠାରେ ପକାଇ ଦିଆ ଯାଇଥିବା ସନ୍ଦେହ କରା ଯାଉଛି।
ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ମୃତ ମହିଳା ଙ୍କ ପରିଚୟ ପାଇବାକୁ ଉଦ୍ୟମ ଜାରି ରଖିଛି।
ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁ ର ସଠିକ୍ କାରଣ ଜଣା ପଡିବ।