ଭୁବନେଶ୍ୱର: ରାଜ୍ୟ ସଭା ପାଇଁ ୫ ଜଣଙ୍କ ପ୍ରାର୍ଥୀ ପତ୍ର ଦାଖଲ।। ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ଦିଲ୍ଲୀପ ରାୟ।।

0 55

ଭୁବନେଶ୍ୱର:୫/୩(ସତ୍ୟାନ୍ୟୁଜ) ଖାଲି ହେଉଥିବା ୪ଟି ରାଜ୍ୟ ସଭା ସିଟ୍ ପାଇଁ ଆଜି ୫ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପି ରୁ ରାଜ୍ୟ ସଭାପତି ମନମୋହନ ସାମଲ , ସୁଜିତ୍ କୁମାର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ବିଜେପି ସମର୍ଥିତ ସ୍ଵାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡି ପ୍ରାର୍ଥୀ ଭାବେ ସନ୍ତ୍ରୁପ୍ତ ମିଶ୍ର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡି – କଂଗ୍ରେସ ମିଳିତ ପାର୍ଥୀ ଭାବେ ଡାକ୍ତର ଦତ୍ତେଶ୍ୱର୍ ହୋତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପି ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ନାମାଙ୍କନ ପତ୍ର ଦାଖଲ କରିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ଥିଲେ। ସେହି ପରି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ମିଳିତ ପ୍ରାର୍ଥୀ ଡ଼ାକ୍ତର ହୋତା ପ୍ରାର୍ଥୀ ପତ୍ର ଦାଖଲ ବେଳେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ୨୦୦୨ ପରି ସେ ପୁଣି ଜିତିବେ ବୋଲି ବିଜେପି ସମର୍ଥିତ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ କହିଛନ୍ତି ।

Leave A Reply

Your email address will not be published.