ରାଉରକେଲା : ହୋଲିରେ ଗୋଷ୍ଠୀ ଗତ ସଂଘର୍ଷ ମାମଲାରେ ୧୨ ଅଟକ।। ଉତ୍ତେଜନା ଥିବାରୁ ୬ ନମ୍ବର ବସ୍ତିରେ ୨ ପ୍ଲାଟୁନ୍ ପୋଲିସ ମୁତୟନ।

0 116

ରାଉରକେଲା:୫/୩(ସତ୍ୟାନ୍ୟୁଜ) ରାଉରକେଲା ୬ ନମ୍ୱର୍ ସେକ୍ଟର ବସ୍ତି ଅଞ୍ଚଳରେ ଗତକାଲି ଗୋଷ୍ଠୀ ଗତ ଆକ୍ରମଣରେ ଆହତ ହୋଇ ଥିବା ଲୋକମାନେ ନ୍ୟାୟ ଦାବି କରିଛନ୍ତି। ଆଜି ବସ୍ତିର ଶତାଧିକ ଲୋକ ରଘୁନାଥପାଲି ବିଧାୟକଙ୍କ ଘରେ ପହଞ୍ଚି ଥିଲେ। ଆକ୍ରମଣକାରୀ ଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ବିଧାୟକଙ୍କୁ ଦେଖା କରିବାକୁ ବସ୍ତି ବାସିନ୍ଦା ଆସିଥିଲେ। ମାତ୍ର ବିଧାୟକ ଭୁବନେଶ୍ୱରରେ ଥିବାରୁ ବସ୍ତି ଲୋକମାନେ ଦଳୀୟ ନେତାଙ୍କ ସହ ଆଲୋଚନା କରି ଫେରି ଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଙ୍କ ଉପରେ ଶୀଘ୍ର କାର୍ଯ୍ୟନୁଷ୍ଠାନ ନିଆ ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହି ଗୋଷ୍ଠୀ ସଂଘର୍ଷ ଘଟଣାରେ ପୋଲିସ ଉଭୟ ପକ୍ଷର ୧୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟଯେ ଗତକାଲି ରାଉରକେଲା ୭ ନମ୍ୱର୍ ସେକ୍ଟର ଥାନା ଅଞ୍ଚଳରେ ହୋଲି ସମୟରେ ଦୁଇଟି ବସ୍ତି ର କିଛି ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୭ ଜଣ ଆହତ ହୋଇଥିବା ବେଳେ ବ୍ୟାପକ ଭଙ୍ଗା ରୁଜା ହୋଇଥିଲା। ଏହି ସଂଘର୍ଷ ରେ ଆହତ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରା ଯାଇଛି। ଆକ୍ରମଣରେ କାର୍ , ବାଇକ୍ ,
ପିକ୍ଅପ୍ ଭ୍ୟାନ୍ ଆଦି ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି। ଉତ୍ତେଜନା ଥିବାରୁ ବସ୍ତି ଅଞ୍ଚଳରେ ୨ ପ୍ଲାଟୁନ୍ ପୋଲିସ ମୁତୟନ କରାଯିବା ସହ ପେଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରା ଯାଇଛି। ବରିଷ୍ଠ ପୋଲିସ ପୋଲିସ୍ ଅଧିକାରୀ ମାନେ ସ୍ଥତି ଉପରେ ନଜର ରଖିଛନ୍ତି।

Leave A Reply

Your email address will not be published.