ସୁନ୍ଦରଗଡ଼:୧୮/୪(ସତ୍ୟାନ୍ୟୁଜ)
ଘରୋଇ କଳି କୁ କେନ୍ଦ୍ର କରି ସ୍ବାମୀ ସ୍ତ୍ରୀ କୁ ନୃଶଂସ ଭାବେ ହତ୍ୟା କରିଛି। ଏପରି ଘଟଣା ଘଟିଛି ତଳସରା ଥାନା ଅନ୍ତର୍ଗତ ଦାମକୁଡ଼ା ଗ୍ରାମରେ। କୌଣସି କାରଣରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଗତକାଲି ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ସ୍ବାମୀ ରାଜେଶ ହେମ୍ବ୍ରମ ସ୍ତ୍ରୀ ଆରତୀ ହେମ୍ବ୍ରମ ଙ୍କୁ ବାଡ଼ି ଏବଂ ପଥରରେ ଆକ୍ରମଣ କରି ଥିଲା। ଫଳରେ ଘଟଣା ସ୍ଥଳରେ ଆରତୀଙ୍କ ମୃତ୍ୟୁ ହୋଇଥିଲା। ପୋଲିସ୍ ତଦନ୍ତ କରି ସ୍ବାମୀ ରାଜେଶ ହେମ୍ବ୍ରମ ଙ୍କୁ ଗିରଫ କରିଛନ୍ତି।