ରାଉରକେଲା : ଗୋଷ୍ଠୀ ସଂଘର୍ଷ ଘଟଣାରେ ଆହତ ୫ ବର୍ଷୀୟ ଶିଶୁ ବୁର୍ଲା ମେଡିକାଲ୍ ସ୍ଥାନାନ୍ତର।। କାର୍ଯ୍ୟନୁଷ୍ଠାନ ଦାବିରେ ଏସପି ଙ୍କୁ ଭେଟିଲେ ବସ୍ତି ବାସିନ୍ଦା।

0 66

ରାଉରକେଲା:୫/୩(ସତ୍ୟାନ୍ୟୁଜ) ଗତକାଲି ଛଅ ନମ୍ୱର୍ ସେକ୍ଟର ବସ୍ତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୭ ଜଣ ଆହତ ହୋଇଛନ୍ତି। ବହୁ ଗାଡ଼ି ମଟର ଭଙ୍ଗାରୁଜା ମଧ୍ୟ ହୋଇଛି। ଆହତ ଙ୍କ ମଧ୍ୟରେ ଜଣେ ୫ ବର୍ଷୀୟ ଶିଶୁ ଗୁରୁତର ଅଛି। ଶିଶୁ ମୁଣ୍ଡରେ ଏବଂ ଅନ୍ୟ ସ୍ଥାନ ରେ ପଥର ବାଜିଛି। ଗୁରୁତର ଶିଶୁଟିର ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରା ଯାଇଛି। ଏହି ଆକ୍ରମଣ ଘଟଣାରେ ଜଡ଼ିତ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବସ୍ତି ବାସିନ୍ଦା ଆଜି ରାଉରକେଲା ଏସପି ଙ୍କୁ ସାକ୍ଷାତ କରି ଥିଲେ। ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି ବୋଲି ଏସପି ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.