ରାଉରକେଲା:୪/୩(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ ସହରରେ ହୋଲି ରେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଘଟି ଥିବା ଜଣା ପଡିଛି। ବିଭିନ୍ନ କାରଣରୁ ଗୋଷ୍ଠୀ ଗତ ଗଣ୍ଡଗୋଳ ହୋଇଥିବା ବେଳେ ପାୱାର ହାଉସ ରୋଡ ଛକ ନିକଟ ରିଙ୍ଗ ରୋଡ ରେ ଛୁରା ମାଡ ରେ ଦୁଇ ଜଣ ଯୁବକ ଗୁରୁତର ଅଛନ୍ତି। ଆହତଙ୍କୁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲ୍ ନିଆ ଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତର କରା ଯାଇଛି। ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ପୋଲିସ୍ ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନା ଅନୁଯାୟୀ କିଛି ଯୁବକ ରିଙ୍ଗ ରୋଡ ରେ ହୋଲି ଖେଳି ଯାଉଥିବା ବେଳେ ବାଇକ୍ ରେ ଅନ୍ୟ କେତେକ ଯୁବକ ଆସି ଦୁଇ ଜଣଙ୍କୁ ଭୁଜାଲି ରେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।