ରାଉରକେଲା:୨/୩(ସତ୍ୟାନ୍ୟୁଜ) ଆଗକୁ ଆସୁଛି ଦୋଳ ଏବଂ ହୋଲି। ଏଥିପାଇଁ ସହର ଠାରୁ ନେଇ ଗାଁ ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ଏବଂ ଧାର୍ମିକ ପରିବେଶ ସୃଷ୍ଟି ହୋଇଛି। ଗାଁ ରେ ଏବଂ ସହରରେ ଠାକୁର ଘର କୁ ଘର ବୁଲି ଭୋଗ ଖାଉଛନ୍ତି। ଭଜନ କୀର୍ତ୍ତନ ସହ ଶ୍ରଦ୍ଧାଳୁ ମାନେ ରାଧାକୃଷ୍ଣ ଙ୍କୁ ବିଭାନ ରେ ରଖି ଘର ଘର ବୁଲି ଥାଆନ୍ତି। ରାଉରକେଲା ସହରରେ ଦୋଳ ମେଳଣ ର ମଧ୍ୟ ଆୟୋଜନ କରାଯାଉଛି। ଦୋଳ ସହ ହୋଲିରେ ରଙ୍ଗ ଖେଳ ପାଇଁ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି। ରାଉରକେଲା ସହରର ବିଭିନ୍ନ ସ୍ଥାନରେ ରଙ୍ଗ ଦୋକାନ ମାନ ଖୋଲା ଯାଇଛି। ବିଭିନ୍ନ ପ୍ରକାର ରଙ୍ଗ ବିକ୍ରି ହେବା ସହ ଚଳିତ ବର୍ଷ ହର୍ବାଲ ରଙ୍ଗର ବେଶ୍ ଚାହିଦା ଅଛି। ଲୋକଙ୍କ ପସନ୍ଦ କୁ ଦୃଷ୍ଟିରେ ରଖି ବ୍ୟବସାୟୀ ମାନେ ହର୍ବାଲ ରଙ୍ଗ ମଧ୍ୟ ଷ୍ଟକ୍ ରେ ରଖିଛନ୍ତି।
ଦୋଳ , ହୋଲି ସହ ଏବେ ରମଜାନ୍ ମାସ ମଧ୍ୟ ଚାଲିଛି। ଏ ସମସ୍ତ ପର୍ବକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ପ୍ଲାଣ୍ଟ ସାଇଟ୍ ଥାନାରେ ଇନ୍ସପେକ୍ଟର ବିବତ୍ସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇ ଥିଲେ। ଏହି ବୈଠକରେ ରାଉରକେଲା ଇଣ୍ଟିଗ୍ରେସନ୍ ଫୋରମ୍ ର ସଦସ୍ୟ ମାନେ ଯୋଗ ଦେଇ ଶାନ୍ତି ଶୃଙ୍ଖଳା ସହ ଦୋଳ , ହୋଲି , ଇଦ୍ ପାଳନ କରିବାକୁ ନିବେଦନ କରିଥିଲେ।