ରାଉରକେଲା: ଦେଢ଼ କୋଟି ଟଙ୍କା ମୂଲ୍ୟର ଅଫିମ ଚାଷ ନଷ୍ଟ କଲେ ପୋଲିସ୍ ଏବଂ ଅବକାରୀ ବିଭାଗ।। ଅଧା ଏକର ଜମିରେ ୩୦୦ ହଜାର ଗଛ ଥିଲା।

0 65

ରାଉରକେଲା:୨/୩(ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡରେ ନିଶାଦ୍ରବ୍ୟ କାରବାର ଏବଂ ଗଞ୍ଜେଇ ଚାଷ ଉପରେ ପୋଲିସ୍ ଏବଂ ଅବକାରୀ ବିଭାଗ ଅଙ୍କୁଶ ଲଗାଇବାକୁ ପୁରା ଦମ୍ ରେ ଲାଗିଛି। କିଛି ଦିନ ପୂର୍ବରୁ କୋଇଡା ଅଞ୍ଚଳରେ ୩ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରି ଦିଆ ଯାଇଥିଲା। ଆଜି ସକାଳେ କେ. ବଲାଙ୍ଗ ଥାନା ଓ ରାଉରକେଲା ଆବକାରୀ ଜିଲ୍ଲାର ସଂଯୁକ୍ତ ଟିମ୍ ଦ୍ୱାରା ଚୋରଧରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତାଲଡିହି ଅଞ୍ଚଳରେ ଅବୈଧ ଅଫିମ ଚାଷ ଉପରେ ଚଢ଼ାଉ କରାଯାଇଛି।
ଚଢ଼ାଉ ସମୟରେ ପ୍ରାୟ ୫୦ ଡେସିମିଲ ଜମିରେ ହୋଇଥିବା ଅବୈଧ ଅଫିମ ଚାଷକୁ ନଷ୍ଟ କରା ଯାଇଥିଲା। ପ୍ରାୟ ୩୦ ହଜାର ଅଫିମ ଗଛ ଓପାଡି ନଷ୍ଟ କରି ଦିଆ ଯାଇଛି। ଏହାର ଅନୁମାନିକ ବଜାର ମୂଲ୍ୟ ପ୍ରାୟ ୧.୫ କୋଟି ଟଙ୍କା ହେବ ବୋଲି ଆବକାରୀ ବିଭାଗ ସୂଚନା ଦେଇଛି।
ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କେ. ବଲାଙ୍ଗ ଥାନାରେ ଅଟକ ରଖାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଛି।
ଏହି ଚଢ଼ାଉ କାର୍ଯ୍ୟକ୍ରମରେ କୋଇଡା ଅତିରିକ୍ତ ତହସିଲଦାର, କୋଇଡା ଥାନାର ଆଇଆଇସି ଓ କର୍ମଚାରୀବୃନ୍ଦ, କେ. ବଲାଙ୍ଗ ଆଇଆଇସି ଓ ଷ୍ଟାଫ୍, ବଣାଇ ରେଞ୍ଜ ଆବକାରୀ ଟିମ୍ , କୋଇଡା ଓଆଇସି , ଲହୁଣୀପଡ଼ା ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଅଞ୍ଚଳରେ ଅବୈଧ ନଶା ଦ୍ରବ୍ୟ ଚାଷ ବିରୋଧରେ ଏଭଳି ଅଭିଯାନ ଆଗାମୀ ଦିନରେ ଆହୁରି ଜୋରଦାର ହେବ ବୋଲି ପ୍ରଶାସନ ପକ୍ଷରୁ କୁହା ଯାଇଛି।

Leave A Reply

Your email address will not be published.