ବିରମିତ୍ରପୁର:୨/୩(ସତ୍ୟାନ୍ୟୁଜ)
ବିରମିତ୍ରପୁର ରେ ପୁଣି ଜଣେ ବୟସ୍କା ମହିଳା ଲୁଟ୍ ର ଶିକାର ହୋଇଛନ୍ତି। ସୋମବାର ଦିନ ପୂର୍ବାହ୍ନ ରେ ଷ୍ଟେଟ୍ ବ୍ୟାଙ୍କ୍ ରୁ ଜଣେ ମହିଳା ୨୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଲୁଟେରା ଜଣକ ଏକ ସ୍କୁଟିରେ ଆସି ଉକ୍ତ ମହିଳାଙ୍କ ଠାରୁ ଟଙ୍କା ଲୁଟି ନେଇଥିଲା। କିଛି ଦିନ ପୂର୍ବରୁ ଏହି ସ୍ଥାନରେ ଜଣେ ବୟସ୍କା ମହିଳାଙ୍କ ଠାରୁ ମଧ୍ୟ ସ୍କୁଟି ଲୁଟେରା ୪ ହଜାର ୨୦୦ ଟଙ୍କା ଲୁଟି ନେଇ ଥିଲା। ଉକ୍ତ ମହିଳା ନିଜ ଦିବ୍ୟାଙ୍ଗ ପୁଅ ସହ ଭତ୍ତା ଟଙ୍କା ନେଇ ଫେରୁ ଥିବା ବେଳେ ଲୁଟ୍ ର ଶିକାର ହୋଇ ଥିଲେ। ପୋଲିସ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଲୁଟେରା କୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି।