ସୁନ୍ଦରଗଡ଼ : କୁତ୍ରା ଥାନା ଅଞ୍ଚଳ ରେ ବିଧବା ମହିଳାଙ୍କୁ ବିଭତ୍ସ ହତ୍ୟା ପରେ ଚାଞ୍ଚଲ୍ୟ।। ପୋଲିସ୍ ତଦନ୍ତ ଜାରି।

0 81

କୁତ୍ରା : ୨୮/୨(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ ଝିରପାଣି ରେ ଗତକାଲି ଘଟିଥିବା ମହିଳାଙ୍କ ହତ୍ୟା ଘଟଣା ରେ କେହି ଗିରଫ ହୋଇ ନାହାନ୍ତି। ଘର ଭିତରେ ଏହି ବିଧବା ମହିଳାଙ୍କୁ ହତ୍ୟା କରା ଯାଇଥିବାରୁ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଉକ୍ତ ଗ୍ରାମର ସରୋଜିନୀ ଏକ୍କା ଘରେ ଥିବା ବେଳେ କେହି ଦୁବୃର୍ତ୍ତ ତାଙ୍କୁ ହତ୍ୟା କରିଛି । ମୃତକ ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତ ସ୍ରାବ ହୋଇଥିବା ଜଣା ପଡ଼ିଛି। ଖବର ପାଇ କୁତ୍ରା ଥାନା ପୋଲିସ
ସାଇଣ୍ଟଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପୋଷ୍ଟମର୍ଟମ୍ ରିପୋର୍ଟ ଆସିବାକୁ ପୋଲିସ ଅପେକ୍ଷା କରିଥିବା ବେଳେ ବିଭିନ୍ନ ଦିଗରୁ ତଦନ୍ତ କରୁଛନ୍ତି। ସରୋଜିନୀଙ୍କ ଝିଅ ସମ୍ବଲପୁର ରେ ପଢୁଥିବା ବେଳେ ପୁଅ ଗତକାଲି ମେଟ୍ରିକ୍ ପରୀକ୍ଷା ଦେଇ ଯାଇଥିବା ବେଳେ ଏହି ହତ୍ୟାକାଣ୍ଡ ଘଟି ଥିଲା ।

ସରୋଜିନୀ ଏକ୍କା ଗ୍ରାମର ବିଲିଆମ ଏକ୍କାଙ୍କୁ ବିବାହ କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କର ପୁଅ , ଝିଅ ସହ ଘରେ ରହୁଥିଲେ। ପୁଅ ମେଟ୍ରିକ ପରୀକ୍ଷା ଦେଇ ସାରି ଫେରିବା ପରେ ଘରେ ମା ଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲା। ଏହା ଦେଖି ସେ ଚିତ୍କାର କରିବା ସହ ଗ୍ରାମବାସୀଙ୍କୁ ଖବର ଦେଇଥିଲା। ପରେ ଗ୍ରାମବାସୀ ଘଟଣାସ୍ଥଳକୁ ପହଞ୍ଚି କୁତ୍ରା ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ କୁତ୍ରା ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଥିଲେ। ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ହତ୍ୟା ଘଟଣା ହେବା ନେଇ ସନ୍ଦେହ କରାଯାଉଥିବା ବେଳେ, ଘଟଣାର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ପକ୍ଷରୁ କୁହାଯାଇଛି ଯେ ଘଟଣାର ସମସ୍ତ ଦିଗରୁ ତଦନ୍ତ କରାଯାଉଛି ଏବଂ ଦୋଷୀଙ୍କୁ ଶୀଘ୍ର ଗିରଫ କରାଯିବ। ଏହି ଘଟଣା ପରେ ଝିରପାଣି ଗ୍ରାମରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ଘଟଣାର ଶୀଘ୍ର ପର୍ଦ୍ଦାଫାଶ ଓ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଆଲୋଚନା ଚାଲିଥିବା ବେଳେ ପୁଲିସ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.