ରାଉରକେଲା:୨୮/୨(ସତ୍ୟାନ୍ୟୁଜ) ଖୁସି ମନରେ ବୁଲି ଯାଉଥିଲେ ଖଣ୍ଡାଧାର ଜଳପ୍ରପାତ ପର୍ଯ୍ୟଟନ ସ୍ଥଳ। ପିଟି ଦେଲା ହାଇବା ଗାଡ଼ି।ଘଟଣା ସ୍ଥଳରେ ରାଉରକେଲା
ଏନ୍ ଆଇ ଟି ର ଜଣେ ଛାତ୍ର ଙ୍କ ଦୁଃଖଦ ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଜଣେ ଛାତ୍ରୀ ଗୁରୁତର ଅଛନ୍ତି। ଗୁରୁତର ଛାତ୍ରୀଙ୍କୁ ଚିକିତ୍ସା ପାଇଁ ରାଉରକେଲା ଅଣା ଯାଉଛି।ଏହି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ରାଜମୁଣ୍ଡl ନିକଟ ୧୪୩ ନମ୍ୱର୍ ଜାତୀୟ ରାଜପଥରେ। ସୂଚନା ଅନୁଯାୟୀ ରାଉରକେଲା ଏନ୍ଆଇଟି ର ୧୬ଜଣ ଛାତ୍ର ଛାତ୍ରୀ ନିଜ ନିଜ ସ୍କୁଟିରେ ଖଣ୍ଡାଧାର ଜଳପ୍ରପାତ ବୁଲିବାକୁ ଆସୁଥିବା ବେଳେ ସମର ଦରି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ରାଜାମୁଣ୍ଡା ପଟୁ ଆସୁଥିବା ଏକ ହାଇୱା ଗାଡ଼ି ସାମ୍ନାରୁ ସ୍କୁଟି କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ରେ ସ୍କୁଟି ଚାଳକ ଛାତ୍ର କାର୍ତ୍ତିକେନ୍ ଙ୍କ ମୃତ୍ୟୁ ହୋଇ ଯାଇଛି। ପଛରେ ବସିଥିବା ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ।
ସାଙ୍ଗରେ ଥିବା ଅନ୍ୟ ଛାତ୍ର ଛାତ୍ରୀ ମାନେ ପୁଲିସ କୁ ଖବର ଦେବା ପରେ ଲହୁଣୀପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଗୁରୁତର ଛାତ୍ରୀଙ୍କୁ ଆମ୍ବୁଲାନ୍ସ ରେ ଲହୁଣୀପଡ଼ା ମେଡିକାଲ୍ କୁ ପଠାଇ ଥିଲେ । ଛାତ୍ରୀ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା କୁ ସ୍ଥାନନ୍ତରିତ କରା ଯାଇଛି। ଘଟଣା ସ୍ଥଳରେ ପୋଳିସ ହାଇୱl ଗାଡ଼ି ଓ ସ୍କୁଟି କୁ ଜବତ କରି ଅଧିକ ତଦନ୍ତ ଚଳାଇଛି।