ବଣାଇ/ସୁନ୍ଦରଗଡ଼ : ଜିଲ୍ଲାରେ ଦୁଇଟି ସ୍ଥାନରେ ବଜ୍ରାଘାତରେ ୪ ମହିଳା ମୃତ , ୪ ଗୁରୁତର।। ତଳସରା ରେ ୨ ଏବଂ ବଣାଇରେ ୨ ମୃତ।
ବଣାଇ/ସୁନ୍ଦରଗଡ଼: ୧୧/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲ୍ଲାର ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ଚାନ୍ଦନୀମାଲରେ ମଙ୍ଗଳବାର ଅପରାହ୍ନରେ ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ସେହିପରି ବଜ୍ରାଘାତରେ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗାଁରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିର୍ଡ଼ାପାଲି ଗ୍ରାମରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ବଣାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଦ୍ୱୟ ହେଉଛନ୍ତି, ସୁନୀତା ଓରାମ ଓ ଦ୍ରୌପଦୀ କିଷାନ । ଏହି ଦୁଇ ଜଣଙ୍କ ସମେତ ଇନ୍ଦ୍ରପୁର ଗାଁର ଆଉ କିଛି ମହିଳା ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ସୁନୀତା ଓ ଦ୍ରୌପଦୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବଜ୍ରାଘାତରେ ଗୁରୁତର ଆହତ ହୋଇଥିବା ଝିର୍ଡ଼ାପାଲି ଗ୍ରାମର ଉକ୍ତ ମହିଳାଙ୍କୁ ପ୍ରଥମେ ବଣାଇ ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।