ସୁନ୍ଦରଗଡ଼ : ବଜ୍ରପାତରେ ୨ ମହିଳା ମୃତ , ୩ ଗୁରୁତର।। ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ର ଶିକାର ହୋଇଥିଲେ।

0 73

ବଜ୍ରାଘାତରେ ୨ ମହିଳା ଶ୍ରମିକ ମୃତ, ୩ ଗୁରୁତର
ସୁନ୍ଦରଗଡ଼ : ୧୧/୮
(ସତ୍ୟାନ୍ୟୁଜ)
ସୁନ୍ଦରଗଡ ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ଚାନ୍ଦନୀମାଲ ବିଲରେ ଧାନ ରୋଉ ଥିବା ବେଳେ ବଜ୍ରାଘାତ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଛି।
ସୂଚନା ଅନୁସାରେ, ଛତିଶଗଡ଼ ରାଜ୍ୟରୁ ଧାନ ରୁଆ କାମ ପାଇଁ ଆସିଥିବା କିଛି ଶ୍ରମିକ ବାଲିଶଙ୍କରା ଚାନ୍ଦନୀମାଲ ବିଲରେ କାମ କରୁଥିଲେ। ଏହି ସମୟରେ ହଠାତ୍ ବଜ୍ରାଘାତ ହେବାରୁ ୫ ଜଣ ଗୁରୁତର ହୋଇପଡ଼ିଥିଲେ।
ସୂଚନା ପାଇ ବାଲିଶଙ୍କରା ଗ୍ରାମର ଲୋକ ମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ସବଡେଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଛତିଶଗଡ଼ ର ବରଡିହି ଗ୍ରାମର ଚମ୍ପା ତିର୍କୀ , ଶୁଶିଲା ତିର୍କୀ ଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।
ଗୁରୁତର ରହିଥିବା ସବା ତିର୍କୀ ଫୁଲକି ବାଡ଼ା ଓ ସରସ୍ୱତୀ ତିର୍କୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।
ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.