ହିନ୍ଦୋଳ: ପିଉସା ଘରକୁ ବୁଲିବାକୁ ଆସିଥିଲେ।।ଗାଧୋଇବା ବେଳେ ନାଳରେ ଭାସି ଯାଇଥିଲେ।। ଦୁଇ ଦିନ ପରେ ଉଦ୍ଧାର ହେଲା ମୃତ ଦେହ।
ଦୁଇ ଦିନ ପରେ ନାଳରୁ ମିଳିଲା ନିଖୋଜ ବାଳକର ମୃତଦେହ
ହିନ୍ଦୋଳ:୧୧/୮(ସତ୍ୟାନ୍ୟୁଜ) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କଣ୍ଟାବଣିଆ ଥାନା ଅନ୍ତର୍ଗତ ସରପା ଗ୍ରାମ ନିକଟ ଲିଙ୍ଗରା ନାଳରେ ଭାସିଯାଇଥିବା ୧୫ ବର୍ଷୀୟ ବାଳକ ଦିନେଶ ଗୋଚ୍ଛାୟତଙ୍କ ମୃତଦେହ ଦୁଇ ଦିନ ପରେ ଉଦ୍ଧାର ହୋଇଛି।
ଦିନେଶ ଦୁଦୁରକୋଟ ମାନପୁର ଗ୍ରାମର କିଶୋର ଗୋଚ୍ଛାୟତଙ୍କ ପୁଅ ଏବଂ ଦଶମ ଶ୍ରେଣୀର ଛାତ୍ର। ଗତ ୮ ତାରିଖରେ ସେ ସରପା ଗ୍ରାମରେ ଥିବା ପିଉସା ଘରକୁ ବୁଲିବାକୁ ଆସିଥିଲେ। ପିଉସା ଘର ନିକଟ ଲିଙ୍ଗରା ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ।
ଖବର ପାଇ କଣ୍ଟାବଣିଆ ପୋଲିସ ଓ ବୁଢାପଙ୍ଗ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ତେବେ ସେତେବେଳେ ଦିନେଶଙ୍କ କୌଣସି ପତ୍ତା ମିଳିନଥିଲା।
ଗତକାଲି ସରପା ଶିଶୁ ମନ୍ଦିର ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ମୃତଦେହକୁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।