ସୁନ୍ଦରଗଡ଼ : ଘର ତାଲା ଭାଙ୍ଗି ନଗଦ ୧ ଲକ୍ଷ ସହ ୧୫ ଲକ୍ଷର ଗହଣା ଚୋରି।। ପୋଲିସ୍ ତଦନ୍ତ ଜାରି।

0 46

ଘର ତାଲା ଭାଙ୍ଗି ୧୫ ଲକ୍ଷର ସୁନା ଗହଣା ସହ ନଗଦ ୧ ଲକ୍ଷ ଟଙ୍କା ଚୋରି

ସୁନ୍ଦରଗଡ଼, ୧୧/୮ (ସତ୍ୟାନ୍ୟୁଜ): ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ପଧାନପାଟ ଗାଁରେ ବଡ଼ ଧରଣର ଚୋରି ଘଟଣା ଘଟିଛି। ଗାଁର ଝରଣା ପଟେଲଙ୍କ ଘରୁ ପ୍ରାୟ ୧୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ସହ ନଗଦ ୧ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି।

ଝରଣା ପଟେଲ କୌଣସି କାମରେ ପରିବାର ସହ ଭୁବନେଶ୍ୱର ଯାଇଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ରାତିରେ ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଘରରୁ ସୁନା ଓ ରୁପା ଗହଣା ସହ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ ସୂଚନା ପାଇ ସୁନ୍ଦରଗଡ଼ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଧରିବା ସହ ଲୁଟ୍ ସାମଗ୍ରୀ ଉଦ୍ଧାର ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।

Leave A Reply

Your email address will not be published.