ରାଉରକେଲା : ଭୁଶୁଡ଼ି ପଡ଼ିଲା ରେଲୱେ ଷ୍ଟେସନ ସମ୍ମୁଖ ଶେଡ୍।। କାର ରେ ଥିବା ମହିଳାଙ୍କ ସମେତ ୩ ଗୁରୁତର।। ତଦନ୍ତ ପାଇଁ ଯାଞ୍ଚ କମିଟି ଗଠନ।

0 61

ରାଉରକେଲା : ୧୦/୮
(ସତ୍ୟାନ୍ୟୁଜ) ଭୁଶୁଡ଼ି ପଡିଛି ରାଉରକେଲା ରେଳ ଷ୍ଟେସନ୍ ପ୍ରବେଶ ପଥରେ ନିର୍ମାଣ କରା ଯାଇଥିବା ଶେଡ୍। ଏହା ସହ ଭୁଶୁଡ଼ି ଯାଇଛି ଷ୍ଟେସନ୍ ର ସୁରକ୍ଷା ବ୍ୟବସ୍ଥା। ଲୁହା ପାଇପ୍ ଷ୍ଟ୍ରକଚର୍ ରେ ଏହି ପାଲ ଟଙ୍ଗା ସେଡ୍ ଭୁଶୁଡ଼ି ପଡ଼ିବା ଫଳରେ କାର ରେ ବସିଥିବା ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି। ଏହା ଏକ ସୁରକ୍ଷା ଜଡ଼ିତ ଘଟଣା ହୋଇ ଥିବାରୁ ତଦନ୍ତ ପାଇଁ ଏକ ଯାଞ୍ଚ କମିଟି ଗଠନ କରା ଯାଇଛି। ସକାଳେ ହୋଇଥିବା ବର୍ଷାରେ ପାଲ ଉପରେ ପାଣି ଜମି ରହିବା ରୁ ଲୋଡ୍ ସମ୍ଭାଳି ନପାରି ଶେଡ୍ ଭୁଶୁଡ଼ି ପଡ଼ିଥିବା କୁହା ଯାଉଛି। ତେବେ ମାସକ ପୂର୍ବରୁ ମଧ୍ୟ ଏହି ଶେଡ୍ ରେ ତ୍ରୁଟି ଗତ ସମସ୍ୟା ଦେଖା ଦେଇଥିଲା। ଶେଡ୍ ନିର୍ମାଣ କରୁଥିବା ଠିକାଦାର ଙ୍କୁ ୯୦ ଲକ୍ଷ ଜରିମାନା କରା ଯାଇଥିବା ରେଳ ବିଭାଗ ପକ୍ଷରୁ କୁହା ଯାଇଛି। ତେବେ ଠିକା କମ୍ପାନୀର ଭୁଲ୍ ସହ ରେଳବାଇ ଇଞ୍ଜିନିୟର ଙ୍କ ଭୁଲ୍ ଡିଜାଇନ୍ ଏଥି ପାଇଁ ଦାୟୀ ବୋଲି କୁହା ଯାଉଛି। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave A Reply

Your email address will not be published.