ରାଉରକେଲା : ୧୪୩ ନମ୍ୱର୍ ଜାତୀୟ ରାଜପଥ ଦୁରବସ୍ଥା ପ୍ରତିବାଦରେବିରମିତ୍ରପୁର ବନ୍ଦ। ଦୋକାନ ବଜାର ବନ୍ଦ ସହ ରାସ୍ତା ଅବରୋଧ ।
ବୀରମିତ୍ରପୁର ବନ୍ଦ: NH-143 ଦୁରବସ୍ଥାକୁ ନେଇ ତେଜିଲା ପ୍ରତିବାଦ, ୪ଟି ସ୍ଥାନରେ ରାସ୍ତାରୋକ — ଅଟକିଛି ଶହ ଶହ ଗାଡ଼ି
ବୀରମିତ୍ରପୁର, ୧୧/୮(ସତ୍ୟାନ୍ୟୁଜ) ବୀରମିତ୍ରପୁର ଦେଇ ଯାଇଥିବା ୧୪୩ ନମ୍ୱର୍ ଜାତୀୟ ରାଜପଥ ର ଦୁରବସ୍ଥାକୁ ନେଇ ଆଜି ବିରମିତ୍ରପୁରରେ ବନ୍ଦ ପାଳନ କରା ଯାଉଛି । ଜାତୀୟ ରାଜପଥର ମରାମତି ଓ ରକ୍ଷଣାବେକ୍ଷଣରେ NHAIର ଅବହେଳା ଅଭିଯୋଗ କରି ସର୍ବଦଳୀୟ ଭାବେ ଏହି ବନ୍ଦ ଡାକରା ଦିଆଯାଇଛି।
ଗତକାଲି ବିରମିତ୍ରପୁରରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ୧୪୩ ନମ୍ୱର୍ ଜାତୀୟ ରାଜପଥର ଶୋଚନୀୟ ଅବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ରାସ୍ତାର ଅବସ୍ଥା ଯୋଗୁଁ ଯାତାୟାତରେ ସମସ୍ୟା ସହ ଦୁର୍ଘଟଣାର ଆଶଙ୍କା ବଢ଼ୁଥିବା ଅଭିଯୋଗ କରି ତୁରନ୍ତ ରାଜପଥ ମରାମତି ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ଦାବି କରାଯାଇଛି।
ବନ୍ଦ ପ୍ରଭାବରେ ସହରର ବିଭିନ୍ନ ଦୋକାନବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଏହା ସହ ବନ୍ଦ ସମର୍ଥକମାନେ ୪ଟି ସ୍ଥାନରେ ରାସ୍ତାରୋକ କରି ଯାନବାହନ ଚଳାଚଳ ବନ୍ଦ କରିଛନ୍ତି। ଫଳରେ ରାଜପଥ ରେ ବହୁ ସଂଖ୍ୟକ ଗାଡ଼ି ଅଟକି ରହିଛି।
ବନ୍ଦ ଯୋଗୁଁ ବିରମିତ୍ରପୁରରେ ସାଧାରଣ ଜୀବନଯାତ୍ରା ଓ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି। ରାଜପଥର ତୁରନ୍ତ ମରାମତି ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ବନ୍ଦ ସମର୍ଥକମାନେ ଚେତାବନୀ ଦେଇଛନ୍ତି।