ସୁନ୍ଦରଗଡ଼ : ବଡ଼ଗାଁ ବନାଞ୍ଚଳ ମହାବୀର ପାହାଡ ଉପରେ ହାତୀ ପଲ୍ଲ।। ଲୋକେ ଆତଙ୍କିତ। ହାତୀ ପଲ୍ଲ ଉପରେ ଡ୍ରୋନ ନଜର ।

0 47

ମହାବୀର ପାହାଡ଼ରେ ୨୬ଟିକିଆ
ହାତୀ ଦଳ। ଲୋକେ ଆତଙ୍କିତ।

ସୁନ୍ଦରଗଡ଼ : ୧୦/୮
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ କଡୋପଡା ନିକଟସ୍ଥ ମହାବୀର ପାହାଡ଼ରେ ପ୍ରାୟ ୨୬ଟିକିଆ ହାତୀପଲ୍ଲ ଦେଖା ଦେଇଛନ୍ତି। ଏବେ ହାତୀ ଦଳ ଜଙ୍ଗଲ ମଧ୍ୟରେ ଥିବା ବେଳେ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ହାତୀ ପଲ୍ଲ ର ଗତିବିଧିକୁ ନେଇ ସ୍ଥାନୀୟ ଅଞ୍ଚଳରେ ସତର୍କତା ବଢ଼ିଛି। ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ଜଙ୍ଗଲ ଅଞ୍ଚଳକୁ ଏକାକୀ ନଯିବା, ହାତୀଙ୍କ ନିକଟକୁ ନଯିବା ଏବଂ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ଏହି ସହ ହାତୀ ପଲଙ୍କୁ ଡ୍ରୋନ ମାଧ୍ୟମରେ ନଜ ରଖାଯାଇଛି ।
ବିଶେଷକରି କଡୋପଡା ଓ ଆଖପାଖ ଗ୍ରାମର ବାସିନ୍ଦାମାନଙ୍କୁ ସତର୍କ ରହିବା ସହ ହାତୀପଲର ଅବସ୍ଥାନ ସମ୍ପର୍କରେ କୌଣସି ସୂଚନା ମିଳିଲେ ତୁରନ୍ତ ବନ ବିଭାଗକୁ ଜଣାଇବା ପାଇଁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.