ରାଉରକେଲା : ଟ୍ରାଇବାଲ୍ ମ୍ୟୁଜିୟମ୍ — ଆଦିବାସୀ ଐତିହ୍ୟର ଏକ ଜୀବନ୍ତ ପାଠଶାଳା।

0 41

ରାଉରକେଲା:୯/୮
(ସତ୍ୟାନ୍ୟୁଜ) ରାଉରକେଲାରେ ଆଦିବାସୀ ସଂସ୍କୃତିର ଅନନ୍ୟ ଠିକଣା ହେଲା ଟ୍ରାଇବାଲ୍ ମ୍ୟୁଜିୟମ୍ । ଏହି ମ୍ୟୁଜିୟମ କୁ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ପରେ ଆଜି ବିଶ୍ୱ ଆଦିବାସୀ ଦିବସ ରେ ଏହି ସ୍ଥାନର ମହତ୍ୱ କୁ ବେଶ୍ ବାରି ହୋଇ ପାରୁଛି।
ରାଉରକେଲା କେବଳ ଇସ୍ପାତ ନଗରୀ ନୁହେଁ, ଏହା ଆଦିବାସୀ ସଂସ୍କୃତି ଓ ପରମ୍ପରାର ମଧ୍ୟ ଏକ ପ୍ରମୁଖ କେନ୍ଦ୍ର।
ଏହି ସମୃଦ୍ଧ ପରମ୍ପରାକୁ ଗୋଟିଏ ଛାତ ତଳେ ଜାଣିବାର ସୁଯୋଗ ଦେଉଛି ରାଉରକେଲା ଟ୍ରାଇବାଲ୍ ମ୍ୟୁଜିୟମ୍।

ରାଉରକେଲାର ସିଭିଲ ଟାଉନସିପ୍ ଅଞ୍ଚଳର ମହତାବ ରୋଡ କଡ଼ରେ ଥିବା ଏହି ସଂଗ୍ରହାଳୟରେ ଦେଖିବାକୁ ମିଳୁଛି ଓଡ଼ିଶାର ଜନଜାତି ସମୁଦାୟର ସମୃଦ୍ଧ ଐତିହ୍ୟ ଓ ଜୀବନଧାରାର ଝଲକ।
ପାରମ୍ପରିକ ପୋଷାକଠାରୁ ଆରମ୍ଭ କରି ଅଳଙ୍କାର, ହସ୍ତଶିଳ୍ପ, ପୁରାତନ ସାମଗ୍ରୀ ଓ ଜନଜାତି ଜୀବନଶୈଳୀର ବିଭିନ୍ନ ଦିଗ ଏଠାରେ ପ୍ରଦର୍ଶିତ ହୋଇଛି।

ଏହି ସଂଗ୍ରହାଳୟ କେବଳ ଏକ ପର୍ଯ୍ୟଟନସ୍ଥଳୀ ନୁହେଁ; ନୂଆ ପିଢ଼ି ପାଇଁ ଏହା ଆମ ମାଟି, ଆମ ପରମ୍ପରା ଏବଂ ଜନଜାତି ସମାଜର ଜୀବନ ସହ ପରିଚିତ ହେବାର ଏକ ଜୀବନ୍ତ ପାଠଶାଳା।

ଆଧୁନିକତାର ଦ୍ରୁତ ଗତି ମଧ୍ୟରେ ନିଜ ମୂଳ ଓ ପରମ୍ପରାକୁ ମନେ ପକାଇ ଦେଉଛି ରାଉରକେଲାର ଏହି ଟ୍ରାଇବାଲ୍ ମ୍ୟୁଜିୟମ୍।

“ସଂସ୍କୃତି ବଞ୍ଚିଲେ, ଇତିହାସ ବଞ୍ଚିବ।” – ଏହା ହେଉଛି ବିଶ୍ୱ ଆଦିବାସୀ ଦିବସ ରେ ଆଜି ର ଶ୍ରେଷ୍ଠ ବିଚାର।

Leave A Reply

Your email address will not be published.