ରାଉରକେଲା : ଘର କବାଟ ଭାଙ୍ଗି ଚୋରି।। ୨ ଗିରଫ।। ସ୍କୁଟି , ଟିଭି , ଗହଣା ଜବତ୍।

0 53

ରାଉରକେଲା : ୯/୮
(ସତ୍ୟାନ୍ୟୁଜ) ଘରେ କେହି ନଥିବା ବେଳେ ଦୁର୍ବୃତ୍ତ ମାନେ କବାଟ ଭାଙ୍ଗି କଳା କନା ବୁଲାଇ ଦେଲେ। ଏପରିକି ସ୍କୁଟି , ଗହଣା ସହ ବାସନ କୁସନ, ଟିଭି ପର୍ଯ୍ୟନ୍ତ ନେଇ ଗଲେ। ଠାକୁର ବାସନ ମଧ୍ୟ ଛାଡ଼ିଲେ ନାହିଁ।
ରାଉରକେଲା ଛେଣ୍ଡ କଲୋନୀ ଏମ୍ ଆଇ ଜି , ଫେଜ୍ ୩ ରେ ରହୁଥିବା ମନିଷ ଅଗ୍ରୱାଲ କୌଣସି କାମରେ ପରିବାର ସହ ବଡବିଲ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଦୁଇ ଜଣ ଦୁର୍ବୃତ୍ତ ଘର କବାଟ ଭାଙ୍ଗି ଗହଣା , ସ୍କୁଟି ସହ ବିଭିନ୍ନ ସାମଗ୍ରୀ ଲୁଟି ନେଇ ଥିଲେ।
ଛେଣ୍ଡ୍ ଥାନାରେ ରିପୋର୍ଟ ହେବା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ସତ୍ୟେନ୍ଦ୍ର କୁମାର ଏବଂ ଭିକି ପ୍ରସାଦ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଜବତ୍ କରିଛି ପୋଲିସ ।

Leave A Reply

Your email address will not be published.