ବଣାଇ:୩୦/୬(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କେନାଭେଟା ନିକଟରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହି ବସ୍ ଟି ଅନୁଗୁଳ ଅଞ୍ଚଳ ରୁ ନେପାଳ ଯାଇ ଫେରୁ ଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ୧୪୩ ନମ୍ୱର୍ ଜାତୀୟ ରାଜପଥ ରେ ବସ୍ କୁ ପଛ ପଟୁ ପିଟି ଦେଇଥିଲା। ସୌଭାଗ୍ୟ ବସତଃ ବସ୍ ଯାତ୍ରୀ ମାନେ ସୁରକ୍ଷିତ ଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।