ସୁନ୍ଦରଗଡ଼: ଅପହରଣ ପରେ ଝାରଖଣ୍ଡ ଯୁବକଙ୍କୁ ଛୁରି ଭୁସି ହତ୍ୟା। ଲୁଟ୍ ହୋଇଥିବା କାର୍‌ରେ ଫେରାର ବେଳେ ଓଲଟିଲା ଗାଡ଼ି। ଦୁର୍ଘଟଣାରେ ଜଣେ ଅଭିଯୁକ୍ତ ମୃତ, ଜଣେ ଆହତ ।

0 199

ଝାରଖଣ୍ଡ ଯୁବକଙ୍କୁ ଅପହରଣ ପରେ ହତ୍ୟା, ଲୁଟ୍ ଗାଡ଼ିରେ ଫେରାର ବେଳେ ଓଲଟିଲା କାର୍; ଜଣେ ଅଭିଯୁକ୍ତ ମୃତ, ଦୁଇ ଧରାପଡ଼ିଲେ
ସୁନ୍ଦରଗଡ଼:୩୦/୬(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ଝାରଖଣ୍ଡ ଯୁବକଙ୍କୁ ଅପହରଣ କରି ଲୁଟ୍ ପରେ ହତ୍ୟା କରାଯାଇଥିବା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମୃତକ ହେଲେ ରାଞ୍ଚିର ଶିବଧନ ଲୋହାର। ପୋଲିସ ସୂଚନା ଅନୁସାରେ, ରୋଗୀଙ୍କୁ ସୁନ୍ଦରଗଡ଼ ମେଡିକାଲରେ ଭର୍ତ୍ତି କରି ଫେରୁଥିବା ବେଳେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ଟଙ୍କା, ମୋବାଇଲ ଲୁଟିବା ସହ ଛୁରିରେ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିଲେ। ପରେ ମୃତଦେହକୁ ଦୁଡୁକା ରେଳ ଓଭରବ୍ରିଜ୍ ନିକଟ ନାଳରେ ଫିଙ୍ଗି ଦେଇଥିଲେ।
ଘଟଣା ପରେ ଅଭିଯୁକ୍ତମାନେ ଲୁଟ୍ ହୋଇଥିବା ଅଲ୍ଟୋ କାର୍‌ରେ ଫେରାର ହେଉଥିବା ବେଳେ ଖମାରବାହାଲ ନିକଟରେ କାର୍‌ଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁଭେନ୍ଦୁ ଶେଖର ମାଝୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଅଭିଯୁକ୍ତ ଭୂମେଶ୍ୱର ବେହେରା ଚିକିତ୍ସାଧୀନ ଅଛନ୍ତି। ଜଣେ ନାବାଳକକୁ ମଧ୍ୟ ପୋଲିସ ଧରିଛି।
ଘଟଣାସ୍ଥଳରୁ ଛୁରି, ଲୁଟ୍ ହୋଇଥିବା ପର୍ସ ଓ କାର୍ ଜବତ କରାଯାଇଛି। ଏସ୍‌ପିଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ପୋଲିସ ଟିମ୍ ତଦନ୍ତ ଚଳାଇଥିବାବେଳେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ମଧ୍ୟ ଖୋଳତାଡ଼ ଜାରି ରହିଛି।

Leave A Reply

Your email address will not be published.