ରାଉରକେଲା : ବେଧଡକ ଚାଲିଛି ବଡବଡ ହାଇବା ରେ ବେଆଇନ୍ ବାଲି ଚାଲାଣ।। ବାଲି ମାଫିଆଙ୍କ ଉପରେ ଅଙ୍କୁଶ ଲଗାଇବାକୁ ବିଧାୟକଙ୍କ ଦାବି।

0 108

ରାଉରକେଲା : ୩୦/୬
(ସତ୍ୟାନ୍ୟୁଜ) ସାରା ରାଜ୍ୟରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଚାଲି ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ। କୁଆଁରମୁଣ୍ଡା ବ୍ଲକ୍ ରେ ଚାଲିଛି ବେଧଡକ ବେଆଇନ୍ ବାଲି ଉଠାଣ। ପୋଲିସ୍ ପାଖକୁ ଗଲେ ଏହା ଖଣି ବିଭାଗ ଏବଂ ରାଜସ୍ୱ ବିଭାଗ କାମ ବୋଲି କହୁଛନ୍ତି। ଅନ୍ୟ ପକ୍ଷରେ ଖଣି ବିଭାଗ କିମ୍ବା ରାଜସ୍ୱ ଅଧିକାରୀଙ୍କୁ ବାଲି ଚାଲାଣ ରୋକିବାକୁ କହିଲେ , ଉତ୍ତର ମିଳୁଛି ପୋଲିସ୍ ପାଖକୁ ଯାଆନ୍ତୁ। ଏପରି ଅଭିଯୋଗ କରିଛନ୍ତି ବିରମିତ୍ରପୁର ବିଧାୟକ ରୋହିତ ଯୋଶେଫ୍ ତିର୍କୀ। ବିଧାୟକ ଏ ବାବଦରେ ଅବଗତ କରିବାକୁ ଏବଂ କାର୍ଯ୍ୟନୁଷ୍ଠାନ ନେବାକୁ ଆଜି ରାଉରକେଲାରେ ଖଣି ଅଧିକାରୀଙ୍କୁ ଦାବି ପତ୍ର ଦେଇଛନ୍ତି। ଶ୍ରୀ ତିର୍କୀ କହିଛନ୍ତି ଯେ ଚଢାଉ ବେଳେ କେବଳ ଛୋଟ ଛୋଟ ଟ୍ରାକ୍ଟର ଜବତ୍ କରି ଦାୟିତ୍ୱ ସାରି ଦେଉଛନ୍ତି ଅଧିକାରୀ ମାନେ। ଅନ୍ୟ ପଟେ ବାଲି ମାଫିଆ ମାନେ ହାଇବା ଗାଡ଼ି ରେ ବେଧଡକ ବାଲି
ଚାଲାଣ କରୁଛନ୍ତି। ସାଧାରଣ ଗ୍ରାମବାସୀଙ୍କୁ ହଇରାଣ ନକରି ବାଲି ମାଫିଆଙ୍କୁ ଧରିବାକୁ ବିଧାୟକ ତିର୍କୀ ଦାବି କରିଛନ୍ତି।

Leave A Reply

Your email address will not be published.